ଆଗାମୀ ଦିନରେ ଓଡିଶାରେ ବିଜେପି ହିଁ କେବଳ ଏକମାତ୍ର ବିକଳ୍ପ : ଶ୍ରୀ ରାଓ

ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ମୁରଲିଧର ରାଓଙ୍କ ତିନି ଦିନିଆ ଓଡିଶା ଗସ୍ତ ପ୍ରସଂଗରେ: ଆଗାମୀ ଦିନରେ ଓଡିଶାରେ ବିଜେପି ହିଁ କେବଳ ଏକମାତ୍ର ବିକଳ୍ପ : ଶ୍ରୀ ରାଓ
ଭୁବନେଶ୍ୱର, ତା ୨୩/୦୧ (ଓଡ଼ିଆ ପୁଅ): ଦୀର୍ଘ ୧୮ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କୁଶାସନ, ସ୍ଥାଣୁତା, ଅପରାଗତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ କେବଳ ବିଜେପି ହିଁ ରାଜ୍ୟରେ ଏକମାତ୍ର ବିକଳ୍ପ। ସାରାଭାରତରେ ଏହା ପ୍ରମାଣିତ ହୋଇଛି। ଦିନକୁଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଉପରେ ସାଧାରଣ ଜନତା ଆସ୍ଥା ପ୍ରକଟ କରିଛନ୍ତି। ଏମିତିକି ଅନେକ ସ୍ଥାନରେ ବିଜେପିକୁ ବହୁମତ ମିଳିଛି। ପରଂପରା ଗତ ଦୃଷ୍ଟିରୁ ମଜବୁତ ନଥିବା ରାଜ୍ୟରେ ବି ବିଜେପି ଗତ ୩ ବର୍ଷ ଭିତରେ ସରକାର ଗଠନ କରିଛି। ତେବେ କେନ୍ଦ୍ର ସରକାର ଓଡିଶାକୁ ଅଧିକ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ରାଜ୍ୟର ବିକାଶ ପାଇଁ ପୂର୍ଣ୍ଣ ସହଯାଗ କରିବେ ବୋଲି ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ମୁରଲୀ ଧର ରାଓ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ବିଜେପି ଗୋଟିଏ ଆଦର୍ଶ ଓ କ୍ୟାଡେର ପାର୍ଟି। ଗତ ୩ ବର୍ଷ ମଧ୍ୟରେ ବିଜେପି ସାରା ଭାରତରେ ତାର କାୟା ବିସ୍ତାର କରିଛି। ଦିନକୁଦିନ ବିଜେପିରେ ବହୁ ସଂଖ୍ୟାରେ ଲୋକମାନେ ଯୋଡି ହେଉଛନ୍ତି। ଗତ ୩ ବର୍ଷ ଭିତରେ ବିଜେପି ପକ୍ଷରୁ ୬ ହଜାର ସ୍ଥାନରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି। ଏମିତ କିି ବିଭିନ୍ନ ସଂଗଠନାତ୍ମକ ଓ ପାର୍ଟି କାର୍ଯ୍ୟକର୍ତା ମାନଙ୍କ ପାଇଁ କାର୍ଯ୍ୟକ୍ରମ କରାଯାଇଛି। ରାଜ୍ୟରେ ବିଜେପିର ସର୍ବସ୍ପର୍ଶୀ କରିବା ପାଇଁ ଏକ ରଣନୀତି ପ୍ରସ୍ତୁତ ହୋଇଛି। ଏହି ସବୁ ପାଇଁ ଦଳ ଏକ ସର୍ବଭାରତୀୟ ନେତୃବୃନ୍ଦ ତଥା ସାଧାରଣ ସଂପାଦକମାନଙ୍କୁ ଦାୟୀତ୍ୱ ଦେଇଛି। ପ୍ରତି ୩ ମାସରେ ପ୍ରତ୍ୟକ ସାଧାରଣ ସଂପାଦକମାନେ ୩ଟି ନୂଆ ରାଜ୍ୟ ବୁଲିବା ସହ ସେ ଅଂଚଳର ଦଳୀୟ କାର୍ଯ୍ୟକର୍ତାଙ୍କୁ ଭେଟି ବିଭିନ୍ନ ପ୍ରସଂଗରେ ଆଲେଚନା କରିବେ। ସେହିପରି ନୂଆ ଲୋକମାନଙ୍କୁ ଦଳର ସାମିଲ କରାଯିବା ସହ ସେମାନଙ୍କର ମତ ଲୋଡାଯିବ। ଏଭଳି କାର୍ଯ୍ୟକ୍ରମକୁ ସମସ୍ତ ସାଧାରଣ ସଂପାଦକମାନେ ତଦାରଖ କରିବେ ବୋଲି ଶ୍ରୀ ରାଓ କହିଛନ୍ତି।

ତିନିଦିନିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ରାଓ ଭୁବନେଶ୍ୱର ସହ ଗଂଜାମ ଜିଲ୍ଲା ମଧ୍ୟ ପରିଦର୍ଶନ କରିବେ। ଶ୍ରୀ ରାଓ ଦଳର ପ୍ରମୁଖ ନେତୃବୃନ୍ଦଙ୍କ ସହ ମିଶି ଆଗାମୀ ଦିନର ରଣନୀତି ସଂର୍ପକରେ ଆଲେଚନା କରିବେ। ଏଥିସହ ରାଜ୍ୟ ପଦାଧିକାରୀ, ବିଧାୟକ, କୋର ଗରୁପ ସଦସ୍ୟ,  ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ସମେତ ରାଜ୍ୟରେ ଥିବା ବୁଦ୍ଧିଜିବୀ ଓ ରୀଜନୈତିକ ସମୀକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିବେ। ଶ୍ରୀ ରାଓ ଗୋଟିଏ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ଏକ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ, ଗୋଟିଏ ବୁଥ ସ୍ତରୀୟ କମିଟି ରେ ଯୋଗ ଦେଇ ବିଭିନ୍ନ ଇସୁ୍ୟ ବିଷୟରେ ଚର୍ଚ୍ଚା କରିବେ।

ବୁଥ କମିଟି ମଜବୁତ ହେଲେ ବିଜେପି ମଜବୁତ ହୋଇପାରିବ। ବିଜେପି ଦଳ ଏକ ବ୍ୟକ୍ତିବାଦ୍, ପରିବାରବାଦ୍ ଓ ଜାତିବାଦ୍ରେ ବିଶ୍ୱାସ କରେନାହିଁ। ଆଗାମୀ ୧ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ତରଫରୁ ଓଡିଶାକୁ ଅଧିକ ପ୍ରାଧାନ୍ୟ ଦିଆଯିବ। କେନ୍ଦ୍ର ସରକାର କୃଷି,  ଗ୍ରାମୀଣ ବିକାଶ, ସହରୀ ବିକାଶ, ଲୋକାଭିମୁଖି ଯୋଜନା ମାଧ୍ୟମରେ ଓଡିଶାକୁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା ସାଧାରଣ ଲୋକଙ୍କ ପାଖରେ ପହଂଚିପାରୁନି। ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକମାନେ ଭରସା କରିବା ସହ ବିଶ୍ୱାସ କରିଛନ୍ତି ଏବଂ ଆଗାମୀ ଦିନରେ ରାଜ୍ୟବାସୀ ବିଜେପିକୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ଶ୍ରୀ ରାଓ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଓ ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *