ଓଡ଼ିଶା

ଆଗାମୀ କିଛି ବର୍ଷ ମଧ୍ୟରେ ୫୬ଟି ନୂତନ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ: ଶ୍ରୀ ସୁରେଶ ପ୍ରଭୁ

ନୂଆଦିଲ୍ଲୀ ୬-୪ (ଓଡ଼ିଆ ପୁଅ) କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ କହିଛନ୍ତି ଯେ ଭାରତ ପରି ଦେଶରେ ବ୍ୟବସାୟିକ ଗତିବିଧିର ପରିଚାଳନା ତଥା ଘରୋଇ ଏବଂ ବିଶ୍ୱ ଅର୍ଥବ୍ୟବସ୍ଥା ସହିତ ଦ୍ରୂତ ଗତିରେ ତାଳମେଳ ରଖିବା ପାଇଁ ଉତମ ଲଜିଷ୍ଟିକ୍ସ ମହତ୍ୱପୂର୍ଣ୍ଣ। ଏହି ବିଷୟକୁ ଧ୍ୟାନରେ ରଖି ଆଗାମୀ କିଛି ବର୍ଷ ମଧ୍ୟରେ ୫୬ଟି ନୂତନ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ। ଶ୍ରୀ ସୁରେଶ ପ୍ରଭୁ ଆଜି ନୂଆଦିଲ୍ଲୀଠାରେ ଦୁଇ ଦିବସୀୟ ଗ୍ଲୋବାଲ ଲଜିଷ୍ଟିକ୍ସ ଶିଖର ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ।

ଶ୍ରୀ ପ୍ରଭୁ କହିଲେ ଯେ ଲଜିଷ୍ଟିକ୍ସ ଏବଂ ଯୋଗାଯୋଗ କ୍ଷେତ୍ରରେ ସୁଧାର ଆଣିବା ପାଇଁ ସମସ୍ତ ଅଂଶୀଦାରଙ୍କୁ ଏକ ସାଥିରେ ଆଣି ସଠିକ ମଂଚ ପ୍ରସ୍ତୁତ କରିବା ଉଚିତ ଯାହାକି ଆନ୍ତଃରାଜ୍ୟ ଏବଂ ଆନ୍ତର୍ଜାତିକ ବ୍ୟବସାୟ ପ୍ରବାହରେ ଉନ୍ନତି ପାଇଁ ମହତ୍ୱପୂର୍ଣ୍ଣ।

୨୦୧୯-୨୦ରେ ଭାରତୀୟ ଲଜିଷ୍ଟିକ୍ସ ଉଦ୍ୟୋଗ ପାଖାପାଖି ୨୧୫ କୋଟି ଆମେରିକୀୟ ଡଲାର ହେବ, ଯାହାକି ପ୍ରତିବର୍ଷ ଦଶ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଗତ ଦଶକରେ ଅଥବା ଏହା ପରେ ରେଳପଥ, ସଡକ, ରାଜମାର୍ଗ, ଆନ୍ତଃଦେଶୀୟ ଜଳମାର୍ଗ, ବିମାନ ବନ୍ଦର ଏବଂ ତଟୀୟ ନୌବହନରେ ପର୍ଯ୍ୟାପ୍ତ ସୁଧାର ହୋଇଛି। ଭାରତର ଲଜିଷ୍ଟିକ୍ସ ପରଫର୍ମାନ୍ସ ଇଣ୍ଡେକ୍ସ (ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ) ରାଙ୍କିଙ୍ଗରେ ସୁଧାର ହୋଇଛି, ଯାହାକି ୨୦୧୪ରେ ୫୪ ଥିଲା ଏବଂ ୨୦୧୬ରେ ୩୫ ହୋଇଛି। ଲଜିଷ୍ଟିକ୍ସ ସେବାରେ ବୃଦ୍ଧିକୁ ଜାରି ରଖିବା ଲାଗି ମହତ୍ୱପୂର୍ଣ୍ଣ ହେଉଛି ମୌଳିକ ଢ଼ାଂଚା କ୍ଷେତ୍ର, ସେବା ଏବଂ ପରିବହନର ବିଭିନ୍ନ ସାଧନର ଲଜିଷ୍ଟିକ୍ସ ମାମଲାରେ ଏକ ସୁସଂଗତ ଦୃଷ୍ଟିକୋଣ ଆପଣାଇବା।

ଏହି ବିଷୟରେ ସଚେତନତା ସୃଷ୍ଟି ଏବଂ ଉନ୍ନତ ବୁଝାମଣା ବିକଶିତ କରିବା ପାଇଁ ବାଣିଜ୍ୟ ବିଭାଗ ଫିକ୍କି ଏବଂ ବିଶ୍ୱ ବ୍ୟାଙ୍କ ସମୂହ ସହିତ ୨୦୧୮ ଏପ୍ରିଲ ୫ ଓ ୬ରେ ଏହି ଶିଖର ସମ୍ମିଳନୀର ଆୟୋଜନ କରିଛି।

ଏହି ଶିଖର ସମ୍ମିଳନୀରେ ସମଗ୍ର ବିଶ୍ୱରୁ ଯୋଗ ଦେଇଥିବା ବିଶେଷଜ୍ଞ, ଶିକ୍ଷାବିତ, ସରକାରୀ ଅଧିକାରୀ ଏବଂ ଘରୋଇ କ୍ଷେତ୍ର ତଥା ଉଦ୍ୟୋଗର ପ୍ରତିନିଧି ଉପରୋକ୍ତ ବିଷୟ ଉପରେ ବିଚାର ଆଲୋଚନା କରିବାର ଅବସର ମିଳିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top