ଆଗରପଡ଼ା, ତା୨୭/୫(ଓଡ଼ିଆ ପୁଅ/ଅକ୍ଷୟ ସିଂହ): ଆଗରପଡ଼ା ସ୍ଥିତ ମହାନ୍ତିପଡ଼ା ଗ୍ରାମର ସନ୍ତୋଷ ଦାଶଙ୍କ ଝିଅ ସୁପ୍ରଭା ପ୍ରିୟଦର୍ଶିନୀ ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷାରେ ଜିଲ୍ଲାରେ ଟପ୍ପର ହୋଇଛନ୍ତି। ସେ ୫୧୯ନମ୍ବର ରଖିଛନ୍ତି। ଏଥିପୂର୍ବରୁ ମହାନ୍ତିପଡ଼ା ଆଶାମଣୀ ଉଚ୍ଚ ବିଦ୍ୟାପୀଠରେ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷାରେ ୯୪.୫ ପ୍ରତିଶତ ନମ୍ବର ରଖିଥିଲେ। ସେ ଭଦ୍ରକ ଜୁନିୟର କଲେଜରେ ଛାତ୍ରୀ ଅଟନ୍ତି। ଭବିଷ୍ୟତରେ ଆଇଏଏସ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନାଙ୍କ ସମେତ ଆଗରପଡ଼ା ଅଂଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ୱାଗତ୍ କରାଯିବା ସହ ଆଗରପଡ଼ାକୁ ଗୌରବାନ୍ୱିତ କରିବାରେ ସେ ସହାୟକ ହେଲେ ବୋଲି ମତବ୍ୟକ୍ତ କରିଛନ୍ତି।

Loading...