ଜିଲ୍ଲା ପରିକ୍ରମା

ଆଗକୁ ନୂଆଁଖାଇ,ଘର ସଜାରେ ବ୍ୟସ୍ତ ପରିବାର ଲୋକେ

ଖଡିଆଳ/ନୂଆପଡା-୦୭.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ)ଆଗକୁ ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଏହି ଗଣପର୍ବକୁ ନେଇ ଉସôବ ମୁଖର ଗାଁ ଠୁ ସହର । ସମସ୍ତଙ୍କ ମନରେ ଉସôାହର ପର୍ବ । ଆସନ୍ତା ୧୪ ତାରିଖ ଦିନ ପାଳିତ ହେବାକୁ ଥିବା ଉକ୍ତ ପର୍ବକୁ ନେଇ ପ୍ରତି ଘରେ ବ୍ୟସ୍ତତାର ଛବି । ଘର ସଜ୍ଜାରେ ଲାଗି ପଡ଼ିଛନ୍ତି ଗୃହିଣୀ, ପିଲା ଠୁ ବୁଢ଼ା ଯାଏ । କିପରି ସୁରୁଖୁରୁରେ ହସ ଉଲ୍ଲାସ ସହ ପାଳିତ ହେବ ନୂଆଁଖାଇ ତିହାର । ଘରର ମାଟିକାନ୍ଥ ସବୁକୁ ଗ୍ରାମାଞ୍ଚଳର ମହିଲା ମାନେ ମାଟି ଲେପ ଲଗାଉଛନ୍ତି । ପୁଣି କିଛି ମାଟିକାନ୍ଥକୁ ଲାଲ ରଙ୍ଗର ମାଟିକୁ ପାଣିରେ ଗୋଲାଇ କାନ୍ଥ ସବୁକୁ ଚିକ୍ଣ କରୁଛନ୍ତି । ଚିକ୍ଣ କାନ୍ଥ ସବୁ ରଙ୍ଗେଇ ଯିବ ଏବଂ ବିଭିନ୍ନ ଲୋକ ଚରିତ୍ରକୁ ନେଇ ବିଭିନ୍ନ ଚିତ୍ର ଅଙ୍କାଯିବ । ଘରର ବିଭିନ୍ନ ସାମଗ୍ରୀ ସହ କୁରଲି, ଟୁପଲା, କୁଲା ସବୁକୁ ଧୁଆ ଯାଉଛି । ସଫା ହେଉଛି ଯାବତୀୟ ଘରର ବସ୍ତ୍ର । କୃଷି ଭିତ୍ତିକ ଏହି ମହାପର୍ବର ଅନ୍ୟ ଏକ ଲକ୍ଷ୍ୟ ପରିବେଶକୁ ସଫା ଓ ସୁସ୍ଥ ରଖିବା । ଯାହାଫଳରେ ନିରାକରଣ ହୋଇପାରିବ ବର୍ଷା କାଲିନ ରୋଗ ସବୁ । ନୂଆଁଖାଇ ଯୋଗୁଁ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନୂଆଁ ବସ୍ତ୍ର କିଣା ଚାଲିଛି । ସରଗରମ ହୋଇ ଉଠିଛି ସହରର ବିଭିନ୍ନ ଦୋକାନ ବଜାର । ଭାଇ ଚାରାର ଏହି ପର୍ବ କେମିତି ହସ ଖୁସିରେ ବିତିଯିବ ସେନେଇ ପରିବାରରେ ଚାଲିଛି ଯୋଜନା । ହେଲେ ଚଳିତ ବର୍ଷର ବର୍ଷା ଅଭାବ କିଛି ଚାଷିଙ୍କୁ ଏହି ପର୍ବ ମାନିବାରେ ବାଧକ ସଜାଇଛି । କିଛି ଦାଦନ ଯାଇଥିବା ଲୋକ ମଧ୍ୟ ମରୁଡିସ୍ଥିତିକୁ ଦେଖି ନୁଆ ଖାଇବାକୁ ଗାଁ ମାନଙ୍କୁ ଆସୁନଥିବା ଜଣାପଡିଛି । ଫଳରେ ଚଳିତ ବର୍ଷର ନୁଆଖାଇକୁ ଲୋକେ ଜାକ ଜକମରେ ପାଲିବାର ଆଶା ଦେଖାଯାଉନାହି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top