ଓଡ଼ିଶା

ଆଖୁ ଚାଷୀଙ୍କ ବକେୟା ରାଶି ପରିଶୋଧ ଲାଗି ୫୫୦୦ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

– ଦେଶରେ ଅତ୍ୟଧିକ ଚିନି ଉତ୍ପାଦନ ସମସ୍ୟାର ମୁକାବିଲା ଲାଗି ବିସ୍ତୃତ ନୀତିକୁ କ୍ୟାବିନେଟର ଅନୁମୋଦନ
– ଚିନି କ୍ଷେତ୍ରକୁ ସହାୟତା, ଆଖୁ ଚାଷୀଙ୍କ ବକେୟା ରାଶି ପରିଶୋଧ ଲାଗି ୫୫୦୦ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ ମଞ୍ଜୁରି

ନୂଆ ଦିଲ୍ଲୀ ୨୬-୯ (ଓଡ଼ିଆ ପୁଅ) ଦେଶରେ ଚିନିର ଉତ୍ପାଦନ ଆବଶ୍ୟକତାଠାରୁ ଅଧିକ ହେଉଥିବା ଦୃଷ୍ଟିରେ ରଖି ଏହି ସମସ୍ୟାର ପ୍ରତିକାର ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ଏକ ବିସ୍ତୃତ ନୀତିକୁ ମଞ୍ଜୁରି ଦେଇଛନ୍ତି। ବର୍ତମାନ ବିଭିନ୍ନ ଚିନି କଳରେ ବ୍ୟାପକ ପରିମାଣର ଚିନି ମହଜୁଦ ଥିବା ବେଳେ ୨୦୧୮-୧୯ ଋତୁରେ ଅଧିକ ଚିନି ଉତ୍ପାଦନର ସମ୍ଭାବନା ରହିଛି। ଏହାଦ୍ୱାରା ବିଭିନ୍ନ ଚିନି କଳ ଉପରେ ଆଖୁ ଯୋଗାଉଥିବା କୃଷକଙ୍କ ଅର୍ଥ ବକେୟା ରହିବା ଏବଂ ଚିନି କଳଗୁଡ଼ିକରେ ଲିକ୍ୟୁଡିଟି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପରିଣାମ ସ୍ୱରୂପ କୃଷକମାନଙ୍କ ବକେୟା ଆଖୁ ମୂଲ୍ୟରେ ଅପ୍ରତ୍ୟାଶିତ ରୂପରେ ଉଚ୍ଚ ବୃଦ୍ଧି ହେବ।

ଏହାକୁ ଆଖି ଆଗରେ ରଖି ବ୍ୟୟ ସନ୍ତୁଳନ ସୃଷ୍ଟି କରାଯାଇ ଚିନି କ୍ଷେତ୍ରକୁ ସହାୟତା ଦେବା ଲାଗି ୫୫୦୦ କୋଟି ଟଙ୍କାର ମୋଟ ସହାୟତା ରାଶିକୁ ମଞ୍ଜୁରି ଦିଆଯାଇଛି। ଏହାଦ୍ୱାରା ଦେଶରେ ଚିନି ରପ୍ତାନୀକୁ ପ୍ରୋତ୍ସାହନ ମିଳିବ ଏବଂ ଚିନି ଉଦ୍ୟୋଗଗୁଡ଼ିକୁ କୃଷକଙ୍କ ବକେୟା ଆଖୁ ରାଶି ପରିଶୋଧ କରିବାରେ ସହାୟତା ମିଳିପାରିବ।

ସହାୟତା ବିବରଣୀ :

୧. ଚିନି ଋତୁ ୨୦୧୮-୧୯ରେ ରପ୍ତାନି ବଢ଼ାଇବା ଲାଗି ଅନ୍ତରୀଣ ପରିବହନ, ଲଦିବା, ହ୍ୟାଣ୍ଡଲିଂ ଏବଂ ଅନ୍ୟ ଶୁଳ୍କ ଉପରେ ଆୟର ଖର୍ଚ୍ଚ ବହନ କରି ଚିନି ମିଲଗୁଡ଼ିକୁ ସହାୟତା ପ୍ରଦାନ କରାଯିବ। ଏହାର ଅନ୍ତର୍ଗତ ବନ୍ଦରଗୁଡ଼ିକ ଠାରୁ ୧୦୦ କିମି ମଧ୍ୟରେ ପ୍ରତିଷ୍ଠିତ ଚିନି କଳଗୁଡ଼ିକ ପାଇଁ ୧୦୦୦/ଏମଟି ଟଙ୍କା ଏବଂ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିରେ ଥିବା ଚିନି କଳଗୁଡ଼ିକ ପାଇଁ ୩୦୦୦/ଏମଟି ଦର କିମ୍ବା ବାସ୍ତବିକ ଖର୍ଚ୍ଚ ଆଧାରରେ ଖର୍ଚ୍ଚ ବହନ କରାଯିବ। ଏଥିପାଇଁ ପାଖାପାଖି ମୋଟ ୧୩୭୫ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ସରକାର ଏହାକୁ ବହନ କରିବେ।

୨. କୃଷକମାନଙ୍କ ଆଖୁ ବିକ୍ରି ବାବଦ ଅର୍ଥରାଶି ପରିଶୋଧ କରିବାରେ ଚିନି କଳଗୁଡ଼ିକୁ ସହାୟତା କରିବା ଲାଗି ସରକାର ଚିନି କଳଗୁଡ଼ିକୁ ଚିନି ଋତୁ ୨୦୧୮-୧୯ରେ ୧୩.୮୮ ଟଙ୍କା ପ୍ରତି କୁଇଂଟାଲ ପେସା ହୋଇଥିବା ଆଖୁ ଦରରେ ଆର୍ଥିକ ସହାୟତା ଦେବା ଲାଗି ନିଷ୍ପତି ନେଇଛନ୍ତି। ଯାହାଦ୍ୱାରା ଆଖୁର ଖର୍ଚ୍ଚ ଆଡଜଷ୍ଟ ହୋଇପାରିବ। ଏହି ସହାୟତା କେବଳ ସେହି ଚିନିକଳଗୁଡ଼ିକୁ ଦିଆଯିବ ଯେଉଁମାନେ ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ଦ୍ୱାରା ନିର୍ଦ୍ଧାରିତ ସର୍ତ ପୂରଣ କରୁଛନ୍ତି। ଏଥିପାଇଁ ମୋଟ ୪୧୬୩ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ସରକାର ଏହାକୁ ବହନ କରିବେ।

୩. କୃଷକମାନଙ୍କୁ ଆଖୁର ବକେୟା ରାଶି ପରିଶୋଧ ସୁନିଶ୍ଚିତ କରିବା ଲାଗି ଉଭୟ ପ୍ରକାରର ସହାୟତା ରାଶି ଚିନି କଳଗୁଡ଼ିକ ପକ୍ଷରୁ ସିଧାସଳଖ କୃଷକମାନଙ୍କୁ ଜମାଖାତାକୁ ପଠାଇ ଦିଆଯିବ। ଏଫଆରପି ଲାଗି ଚିନିକଳଗୁଡ଼ିକ କୃଷକମାନଙ୍କ ଖାତାରେ ଏହି ଅର୍ଥରାଶି ଦେୟ ବକେୟା ରୂପରେ ଦିଆଯିବ। ଏଥିରେ ଗତ ବର୍ଷର ବକେୟା ଅର୍ଥରାଶି ଏବଂ ପରବର୍ତ୍ତୀ ସମୟର ବଳକା ଅର୍ଥରାଶି, ଯଦି ଥାଏ, ମିଲଗୁଡ଼ିକର ଏକାଉଂଟକୁ ପଠାଇ ଦିଆଯିବ। ଏହି ସହାୟତା ସେହି ମିଲଗୁଡ଼ିକୁ ଦିଆଯିବ ଯେଉଁଗୁଡ଼ିକ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଯୋଗ୍ୟତା ସର୍ତ ପୂରଣ କରୁଥିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top