ଓଡ଼ିଶା

ଆକାଶ ଅମ୍ବାନୀ ଏବଂ ଈଶା ଅମ୍ବାନୀ ଲଞ୍ଚ କଲେ Jio Giga Fiber

ନୂଆ ଦିଲ୍ଲୀ ୫-୭ (ଓଡ଼ିଆ ପୁଅ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୧ତମ ସାଧାରଣ ବାର୍ଷିକ ବୈଠକରେରେ ରିଲାଏନ୍ସ ଅନେକ ଘୋଷଣା କରିଛି। ଜିଓକୁ ଏକ ଅଲଗା ସ୍ତରକୁ ନେଇଯିବା ପାଇଁ ଜିଓ ଗିଗା ଫାଇବର, ଜିଓଫୋନ ୨, ଜିଓ ସ୍ମାର୍ଟହୋମ ସମେତ ଅନେକ ବଡ଼ ବଡ଼ ଘୋଷଣା ହୋଇଛି। ଜିଓ ଫାଇବର ଲୋକମାନଙ୍କର ଲମ୍ବା ସମୟରୁ ଅପେକ୍ଷା ଥିଲା। ବିଏସଏନଏଲ ବ୍ରଡବ୍ୟାଣ୍ଡ ଏବଂ ଏୟାରଟେଲ ବ୍ରଡବ୍ୟାଣ୍ଡକୁ ଟକ୍କର ଦେବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଜିଓ ଗିଗା ଫାଇବର ଲଞ୍ଚ କରିଛି। ଜିଓ ଗିଗା ଫାଇବରରେ କମ୍ପାନୀ ଅଲ୍ଟ୍ରା ହାଇସ୍ପିଡ ଇଣ୍ଟରନେଟ ଦେବାକୁ ଯାଉଛି। କମ୍ପାନୀ କହିଛି କି ଜିଓ ଗିଗା ଫାଇବର ଅନୁଯାୟୀ ୟୁଜର୍ସଙ୍କୁ ୧ ଜିବିପିଏସ ପର୍ଯ୍ୟନ୍ତ ସ୍ପିଡ ମିଳିବ। ଏହାର ବ୍ୟବହାର କରିବା ପାଇଁ ଆପଣଙ୍କୁ ନିଜ ଘରେ ଜିଓ ଗିଗା ରାଉଟର ଇନ୍ଷ୍ଟାଲ କରିବାକୁ ପଡ଼ିବ।

ରାଉଟର ଆପଣଙ୍କୁ ହାଇ ସ୍ପିଡ ଇଣ୍ଟରନେଟ ଦେବ। ଜିଓ ଗିଗା ଫାଇବରକୁ ମୁକେଶ ଅମ୍ବାନୀଙ୍କର ବଡ଼ ପୁଅ ଆକାଶ ଅମ୍ବାନୀ ଏବଂ ଝିଅ ଈଶା ଅମ୍ବାନୀ ଲଞ୍ଚ କରିଥିଲେ। ଲଞ୍ଚିଙ୍ଗରେ ଆକାଶ ଅମ୍ବାନୀ କହିଥିଲେ କି ଜିଓ ଗିଗା ଫାଇବର ସହିତ ଇଣ୍ଟରନେଟ ମଜା ହିଁ କିଛି ଅଲଗା ହେବ।

୧୫ ଅଗସ୍ତରୁ ମିଳିବ ଜିଓ ଗିଗା ଫାଇବର। ଆପଣ ଜିଓ ଗିଗା ଟିବି ସେପଟପ ବକ୍ସକୁ କନେକ୍ଟ କରିପାରନ୍ତି। ଏଥିରେ ଆପଣଙ୍କୁ ୬୦୦ ରୁ ଅଧିକ ଚ୍ୟାନେଲ୍ ଦେଖିବାକୁ ମିଳିବ। ଏହି ସେପଟପ ବକ୍ସ ସହାୟତାରେ ଆପଣ ଅଲ୍ଟ୍ରା 4 କେ ଫର୍ମାଟରେ ଟିଭି ପ୍ରୋଗ୍ରାମ ଦେଖି ପାରିବେ। ଜିଓ ଗିଗା ଟିଭିର ସହାୟତାରେ ଆପଣ କେବଲ ଭଏସ୍ କମାଣ୍ଡର ସହାୟତାରେ ଚ୍ୟାନେଲ୍ ଚେଞ୍ଜ କରିପାରିବେ। ଜିଓ ଗିଗା ଟିଭିର ସହାୟତାରେ ଆପଣ ଟିଭି କଲିଙ୍ଗ କରିପାରିବେ। ଏହି ଟିଭିର ମାଧ୍ୟମରେ ଜିଓ ଗିଗା ଫାଇବରର ସହାୟତାରେ ଆପଣ ଅନ୍ୟ ଡିଭାଇସ୍ ରେ ଟିଭି କଲିଙ୍ଗ କରିପାରିବେ। ଜିଓ ଗିଗା ଫାଇବର ୧୫ ଅଗସ୍ତରେ ଲଞ୍ଚ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top