ଗଜପତି

“ଆକାଂକ୍ଷା” ସଂଗଠନ ପକ୍ଷରୁ ରଜ ଉତ୍ସବ ପାଳିତ

ପାରଳାଖେମୁଣ୍ଡି, ୧୫ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବଡବ୍ରାହ୍ମଣ ସାହି ଠାରେ “ଆକାଂକ୍ଷା” ମହିଳା ସଂଗଠନ କାର୍ଯ୍ୟାଳୟ ପରିସରରେ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶାର ରଜ ପର୍ବ ଏକ ମୁଖ୍ୟ ପର୍ବ ଭାବେ ପରିଗଣିତ ହେଉଥିବା ବେଳେ ମୁଖ୍ୟତଃ ଏହା ଉପକୁଳବର୍ତ୍ତୀ ଜିଲାମାନଙ୍କରେ ବହୁଳ ଭାବେ ପାଳିତ ହୋଇଥାଏ। ଗଜପତି ଜିଲାରେ ଏହାର ପ୍ରଭାବ କମ ରହିିଥିଲେ ମଧ୍ୟ ଏହି ମହିଳା ସଂଗଠନ ପକ୍ଷରୁ ଓଡିଶାର ଏହି ମୁଖ୍ୟ ପର୍ବଟିକୁ ବହୁ ଆଡମ୍ବର ପାଳନ କରାଯାଇଛି। ଏହି ଅବସରରେ ପରମ୍ପରା ଅନୁସାରେ ସ୍ଥାନୀୟ ଅଞ୍ଚଳର ଝିଅ ବୋହୁମାନେ ନୁଆ ଲୁଗା ପିନ୍ଧି ଦୋଳି ଖେଳିବା ସହ ରଜ ଗିତରେ ନାଚିଥିଲେ। ସଂଗଠନ ପକ୍ଷରୁ ଓଡିଶାର ପରମ୍ପରା ପାଳନ ପାଇଁ କାକରା ପିଠା, ପୋଡ ପିଠା ଇତ୍ୟାଦି ପ୍ରସ୍ତୁତ କରାଯାଇ ବଣ୍ଟାଯିବା ସହ ଆମ୍ବ ସରବତ, ଲଡୁ ଓ ଚକଲେଟ ବଣ୍ଟା ଯାଇଥିଲା। ସମସ୍ତେ ରଜ ଗିତ ସହ ନାଚ ଗିତରେ ସାମିଲ ହୋଇ ପରିବେଶକୁ ଆନନ୍ଦ ମୁଖରିତ କରିଥିଲେ। ଏହି ଅବସରରେ ସଂଗଠନର ସଭାନେତ୍ରୀ ମିନାକ୍ଷି ସାହୁଙ୍କ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଓଡିଶା ଏହା ପ୍ରସିଦ୍ଧ ପର୍ବ ହୋଇଥିବା ବେଳେ ଗଜପତି ଜିଲାରେ ଏହାର ପରମ୍ପରା ବଜାୟ ରଖିବା ପାଇଁ ସଂଗଠନ ପକ୍ଷରୁ ଏହିପରି ଆୟୋଜନ କରାଯାଇଥିଲା ବୋଲି ସଂଗଠନର ସମ୍ପାଦିକା ମିନା କୁମାରୀ ଟହଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷା ତନୁଜା ଶତପଥୀ, ସହସମ୍ପାଦିକା ପି.ବେବର୍ତ୍ତା, ମିନା କୁମାରୀ ସାହୁ, ମଧୁସ୍ମିତା ନନ୍ଦ, ଭାରତୀ ସାହୁ, ସୁଜାତା ପାଢୀ, ଲକ୍ଷ୍ମୀ ସାହୁ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ଝିଅ ଓ ମହିଳାମାନେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top