ad
ଗଜପତି

“ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ମାତୃ ଦିବସ ପାଳିତ

ପାରଳାଖେମୁଣ୍ଡି, ୧୪ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରି ସାହିରେ ଥିବା ଉତ୍କଳ ହିତୈଷଣୀ ସଭାଗୃହ ଠାରେ “ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ମାତୃ ଦିବସ ପାଳିତ ହୋଇଯାଇଛି। ଏଥିରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ ଯୋଗଦେଇ ମାତୃ ଦିବସରେ ମାତୃମାନଙ୍କ ପ୍ରତି ସମସ୍ତଙ୍କର ଶ୍ରଦ୍ଧା ରହିବା ଆବଶ୍ୟକ ବୋଲି କହିଥିଲେ। ଏହି ଦିବସ ସମସ୍ତ ନାରୀ ଜାତିପାଇଁ ଏକ ମହାନ ଦିବସ ଏବଂ ସମସ୍ତେ ଏକ ସ୍ୱରରେ ମାତୃ ପୁଜନ କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଆକାଂକ୍ଷା ସଂଗଠନରେ ସଭାନେତ୍ରି ମିନାକ୍ଷୀ ସାହୁ ଯୋଗଦେଇ ମାତୃ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ମାଁ ମାନେ ସର୍ବଦା ପରିବାରର ସମସ୍ତ ସୁଖ ଦୁଃଖରେ ଭାଗିଦାରି ରହିଥାନ୍ତି ବୋଲି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ହିତୈଷଣୀ ସମ୍ପାଦକ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର, ଗୁରୁ ଗୌରଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସହ ସଂଗଠନର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top