ଆକସ୍ମିକ ଅଗ୍ନିକାଣ୍ଡରେ ୩ ବଖରା ପୋଡି

କେନ୍ଦ୍ରାପଡା ୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରର ଦିଲାରପୁର ଗ୍ରାମର ମହମ୍ମଦ ଅବଦୁଲାଙ୍କ ଗୋଟିଏ ବଖରା ଘର ଆଜି ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟା ସମୟରେ ଆକସ୍ମିକ ଅଗ୍ନିକାଣ୍ଡରେ ପୋଡି ଯାଇଛି। କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲା। ସେହିଭଳି ସୋମବାର ବିଳମ୍ବିତ ରାତିରେ ନିକିରାଇ ଥାନା ଅନ୍ତର୍ଗତ ଛୋଟି ଗ୍ରାମର ନାଲୁ ଦାସ ଓ କାଳନ୍ଦି ଦାସଙ୍କର ଗୋଟିଏ ଗୋଟିଏ ବଖରା ଘର ଆକସ୍ମିକ ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି। କେନ୍ଦ୍ରାପଡାରୁ ଅଗ୍ନିଶମ ବିଭାଗ ଗାଡି ଯାଇ ନିଆଁକୁ ଆୟତ କରିଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ଜଣାପଡିଛି। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *