ଓଡ଼ିଶା

ଆଉ କେତେ ନାରୀ ଦୁଷ୍କର୍ମର ଶିକାର ହେଲେ ମୁଖ୍ୟମନ୍ତ୍ରୀ ଚେତିବେ ?: ମହିଳା ମୋର୍ଚ୍ଚା

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନାବାଳିକା ଦୁଷ୍କର୍ମରେ ଶିକାର ହେବା ପରେ ବି ଥାନାରେ ଏତଲା ନରଖିବା ପ୍ରସଙ୍ଗରେ :
– ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
– ଶାସକ ବିଜେଡିର ବିଧାୟକମାନେ ନାରୀମାନଙ୍କୁ ଅପମାନିତ କରିଚାଲିଛନ୍ତି

ଭୁବନେଶ୍ୱର, ତା ୧୮/୦୫ (ଓଡ଼ିଆ ପୁଅ) : ମହିଳା ସୁରକ୍ଷାଯାତ୍ରାର ଦ୍ୱିତୀୟ ଦିନରେ ଅନେକ ଅମାନବୀୟ ଘଟଣା ସମ୍ନାକୁ ଆସିଛି। ରାଜ୍ୟ ସରକାର, ପୋଲିସ ଓ ପ୍ରଶାସନର ବିଫଳତାର କାହାଣୀ ସାରା ରାଜ୍ୟର ନାରୀମାନେ ବଖାଣି ଚାଲିଛନ୍ତି। କେଉଁଠି ନାରୀ ପ୍ରତି ଅତ୍ୟାଚାର ତ କେଉଁଠି ଦୁଷ୍କର୍ମରେ ଶିକାର ହୋଇ ଥାନାର ଦ୍ୱାରସ୍ଥ ହେବା ପରେ ବି ଅପରାଧୀ ବିରୁଦ୍ଧରେ ମାମଲା ରୁଜୁ କରାଯାଉନାହିଁ। ସେହିପରି ଗଂଜାମ ଜିଲ୍ଲା ଆସ୍କା ନିର୍ବାଚନମଣ୍ଡଳୀ ବାଲିସରା ପଂଚାୟତର ନନ୍ଦାଦୁଆଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଗତ ଏପ୍ରିଲ ୨୫ ତାରିଖରେ ନନ୍ଦାଦୁଆଲି ଗ୍ରାମର ନବମ ଶ୍ରେଣୀରେ ପଢୁଥିବା ଏକ ନାବାଳିକା ଝିଅର ଗୋଡ ବାନ୍ଧି ତା ସହିତ ପଡୋଶୀ ଗ୍ରାମର ରାମ ପ୍ରଧାନ ପୁଅ ଶଙ୍କର ନାଏକ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା। ଏହି ଘଟଣା ପରେ ନାବାଳିକା ପୀଡିତା ପକ୍ଷରୁ ଥାନାରେ ଏତଲା ଦେବା ପରେ ବି ପୋଲିସ ଏତଲା ଗ୍ରହଣ ନକରି ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରିଥିଲା। ବାରମ୍ବାର ଥାନାକୁ ଯାଇ ପୀଡିତାର ମା’ ଗୁହାରୀ କରିଥିଲେ ମଧ୍ୟ ପୋଲିସ ତଦନ୍ତ ତ ଦୂରର କଥା ଏତଲା ନରଖି ଧମକ ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହି ଘଟଣାରୁ ସ୍ପଷ୍ଟ ହେଉଛି କି ରାଜ୍ୟରେ କେମିତି ନାରୀମାନେ ସୁରକ୍ଷିତ ଅଛନ୍ତି।

ରାଜ୍ୟ ସରକାର ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର ମୁଖ୍ୟମନ୍ତ୍ରୀଙ୍କ ମୁଖା ଖୋଲିଦେଉଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ମା’ ଭଉଣୀଙ୍କ ସୁରକ୍ଷା କଥା କହୁଥିବା ସମୟରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଲଜ୍ଜାଜନକ ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି। ଏହା କ’ଣ ତାଙ୍କ ଜିଲ୍ଲାରେ ମା’ଙ୍କୁ ସମ୍ମାନ।

ରାଜ୍ୟର ଆଉ କେତେ ନାରୀ ଦୁଷ୍କର୍ମର ଶିକାର ହେଲେ ସରକାର ଚେତିବେ ବୋଲି ପୂର୍ବତନ ସାଂସଦ ତଥା ବରିଷ୍ଠ ନେତ୍ରୀ କୁମୁଦିନୀ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି।

ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇବା ନାଁରେ ଜଣେ ବିଧବା ମହିଳାଙ୍କୁ ବିଜେଡି ଦଳୀୟ କାର୍ଯ୍ୟାଳୟକୁ ଡାକି ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ବିଜେଡି ବିଧାୟକଙ୍କ ସଂପର୍କୀୟ ସାମିଲ ଥିଲେ। ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ବିଧାୟକଙ୍କ ପୁତୁରା ଚକୋଲେଟ ଦେଇ ଏକ ଏକ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ଶାସକ ବିଜେଡିର ବିଧାୟକମାନେ ନାରୀମାନଙ୍କୁ ଅପମାନିତ କରିଚାଲିଛନ୍ତି ବୋଲି ଶ୍ରୀମତି ପଟ୍ଟନାୟକ କହିଛନ୍ତି।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଏହି ଘଟଣାର ଦୃଢ ନିନ୍ଦା କରିବା ସହ ପୀଡିତାର ପରିବାରକୁ ସାଥିରେ ନେଇ ଥାନାରେ ଏତଲା ଦିଆଯାଇଛି। ଏଭଳି ଘଟଣାର ସମାଧାନ ହେବା ସହ ଅପରାଧୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମତି ପଟ୍ଟନାୟକ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top