ଜିଲ୍ଲା ପରିକ୍ରମା

ଆଇ.ଡି.ଏଲ୍ . କାରଖାନାର ଦୁର୍ଘଟଣା ଶୁନ ପୁରଷ୍କାର ର ଅନ୍ତରାଳରେ ଠିକା ଶ୍ରମିକ ଜୀବନ ବିପଦ ପୂର୍ଣ୍ଣ

ରାଉରକେଲା ୨୪-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଗତ ଏକ ସପ୍ତାହ ତଳେ ଆମ ରାଜ୍ୟ ଓଡିଶାରେ ଏକମାତ୍ର ବିଷ୍ଫୋରକ ସାମଗ୍ରୀ ଉତ୍ପାଦନରେ ସୁନାମ ଅର୍ଜନ କରିଥିବା ଆଇ.ଡି.ଏଲ. କାରଖାନ କତୃପକ୍ଷଙ୍କୁ ଦୂର୍ଘଟଣା ଶୁନ୍ ପ୍ରକଳ୍ପ ପୁରଷ୍କାର ଘୋଷଣା କରିଛନ୍ତି କିନ୍ତୁ ଏହି କାରଖାନାଟିରେ ୧୨ ଶହ ସ୍ଥାୟୀ ଶ୍ରମିକ ଅବଶର ଗ୍ରହଣ ପରେ ଉକ୍ତ ସ୍ଥାନରେ ଠିକା ଶ୍ରମିକ ନିଯୁକ୍ତି ଦିଆଯାଇ କାମ କରାଯାଉଛି। ବର୍ତମାନ ସ୍ଥାୟୀ ଶ୍ରମିକ ମାତ୍ର ଏକ ଅଙ୍କ ସଂଖ୍ୟାରେ ଅଛନ୍ତି କିନ୍ତୁ ତାଙ୍କ ଯାଗାରେ ପାଖାପାଖି ୫୦୦ରୁ ଉର୍ଦ୍ଧ ଠିକା ଶ୍ରମିକ ଉକ୍ତ କାର୍ଯ୍ୟକୁ ବିପଦପୂର୍ଣ୍ଣ ଅବସ୍ଥାରେ ନିର୍ବାହ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ଦିଆଯାଉନାହିଁ ତତ୍ ସହିତ ଏସିଡରେ କାମ କରୁଥିବା ମହିଳା ଶ୍ରମିକ ମାନଙ୍କର ପାଦର ସୁରକ୍ଷା ପାଇଁ ମଧ୍ୟ ପାଦର ସୁରକ୍ଷା ଯୋତା ଦିଆଯାଉ ନାହିଁ। ସେମାନଙ୍କୁ ସ୍ଥାୟୀ କାମରେ ଠିକା ନିଯୁକ୍ତି କରା ଯିବା ବଡ ଦୁଃଖ ଓ ପରିତାପର ବିଷୟ ବୋଲି ହିନ୍ଦ୍ ମଜଦୁର ସଭା ସହ ବନ୍ଧିତ, ସୁନ୍ଦରଗଡ଼ ଜିଲ୍ଲା ଶିଲ୍ପାଚଂଳ ଶ୍ରମିକ ସଭାର ସାଧାରଣ ସମ୍ପାଦକ, ଦିଗାମ୍ବର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ବର୍ତମାନ ଏହି କାରଖାନାରେ ରାଜ୍ୟ ସରକାରଙ୍କ ଠିକା ଶ୍ରମିକ ଆଇନ ସମ୍ପୁର୍ଣ୍ଣ ଉଲଘଂନ କରାଯାଉଛି, ତତ୍ ସହିତ କାରଖାନା ଓ ବାଷ୍ପିତ ବିଭାଗର ଅଧିକାରୀମାନେ କାରଖାନା ଭିତରକୁ ନଯାଇ କର୍ତ୍ତୃପକ୍ଷଙ୍କ ଅତିଥି ଭବନରୁ ଆତିଥ୍ୟ ପାଇ ସରକାରଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ଯା ଦ୍ୱାରା ଗତ ୬ ମାସରେ କାରଖାନାରେ ୧୬ଟି ଦୂର୍ଘଟଣା ଘଟିଥିବା ସ୍ଥଳେ ଆମର ଜ୍ଞାତସାରରେ ମାତ୍ର ୪ଟି ଦୂର୍ଘଟଣାର ଗୁରୁତ୍ୱକୁ ବିଚାରକୁ ନେଇ ଗତ ୪ ମାସ ଭିତରେ ଉକ୍ତ କାରଖାନାରେ ଦୂର୍ଘଟଣା ଘଟି ଜିତେନ୍ଦ୍ର ରାଉତଙ୍କର ଡାହାଣ ହାତ ବିଶି ଆଙ୍ଗୁଠି ଓ ମଝି ଆଙ୍ଗୁଠିର ଟିପ କଟି ଯାଇଛି, ଉପର ବାଲିଯୋଡିର ରମାକାନ୍ତ ବେହେରାଙ୍କର ଡାହାଣ ହାତର ମଝି ଆଙ୍ଗୁଠିର ଟିପ କଟି ଯାଇଛି ଏବଂ ଗତ ୨୦/୦୧/୨୦୧୮ ଦିନ ଦୂର୍ଘଟଣା ଘଟି ପାପୁଲିର କଚଟି ହାଡ ଭାଙ୍ଗି ବର୍ତମାନ ଇ.ଏସ.ଆଇ. ଋ ଡାକ୍ତରଙ୍କ ଚିକିତ୍ସାାରେ ଅଛନ୍ତି, ତା ୨୪/୦୧/୨୦୧୮ ଅକ୍ଷୟ କୁମାର ସାହୁ ଦୁର୍ଘଟଣାଗ୍ରସ୍ତ ହୋଇ ତାଙ୍କର ଡାହାଣ ହାତର ବିଶି ଆଙ୍ଗୁଠିର ଟିପ ହାଡ ଭାଙ୍ଗି ଯାଇଛି, ସେ ମଧ୍ୟ ଇ.ଏସ.ଆଇ. ଋ ଡାକ୍ତରଙ୍କ ଚିକିତ୍ସାାରେ ଅଛନ୍ତି, କିନ୍ତୁ ଆଇ.ଡି.ଏଲ୍ . କାରଖାନାର କର୍ତ୍ତୃପକ୍ଷ ଇ.ଏସ.ଆଇ. ଦୂର୍ଘଟଣା ରିପୋର୍ଟ ଦେଉନାହାନ୍ତି ଯାହା ଦ୍ୱାରା ଶ୍ରମିକ ମାନେ ଯେଉଁ ହିତ ଲାଭ ସହିତ ସ୍ଥାୟୀ ଅପଙ୍ଗତା ପ୍ରାପ୍ୟ ପାଇବା କଥା ସେଥିରୁ ବଂଚିତ ହେଉଛନ୍ତି, ଏଣୁ ସଙ୍ଗଠନ ତରଫରୁ ଠିକା ଶ୍ରମିକଙ୍କୁ କାରଖାନା ଭିତରେ ଠିକ ଭାବରେ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉ ଓ ଦୂର୍ଘଟଣା ଜନିତ ରିପୋର୍ଟ ତୁରନ୍ତ ଇ.ଏସ.ଆଇ.କୁ ଦିଆଯାଉ ବୋଲି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top