ଜିଲ୍ଲା ପରିକ୍ରମା

ଆଇଡ଼ିଏଲରେ ଆନ୍ତର୍ଜାତିକ ଶ୍ରମିକ ଦିବସ

ରାଉରକେଲା ୨ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଇଣ୍ଡିଆନ ଡେଟୋନେଟରସ ମଜଦୁର ସଭା ପକ୍ଷରୁ ବାଲିଯୋଡ଼ି ସ୍ଥିତ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି। ୟୁନିୟନର ବରିଷ୍ଠ ଶ୍ରମିକ ନେତା ଅରୁଣ କୁମାର ପରିଡ଼ା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ହିନ୍ଦ ମଜଦୁର ସଭାର ପତାକାକୁ ଉତ୍ତୋଳନ କରିବା ସହିତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ସେ ଏହି ଅବସରରେ କହିଲେଯେ, ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରେ ୫ ଘଣ୍ଟା କାର୍ଯ୍ୟ ଦାବି କରି ସେଠାକାର ଶ୍ରମିକ ମାନେ ଏକ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ଦ୍ୱାରା ଆମେରିକାର ପ୍ରଶାସନ ବିଚଳିତ ହୋଇ ଯାଇଥିଲା। ତତକାଳୀନ ସରକାର ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ଶ୍ରମିକ ମାନଙ୍କ ୁପରେ ଗୁଳି ଚାଳନା କରିଥିଲେ। ଏଥିରେ ଶତାଧିକ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ, ହଜାର ହଜାର ଶ୍ରମିକ ଆହତ ହୋଇଥିଲେ। ସେ ସମୟରେ ଚିକାଗୋ ସହର ରକ୍ତରଂଜିତ ହୋଇ ପଡ଼ିଥିଲା। ସେହି ଦିବସକୁ ମନେ ପକାଇବା ପାଇଁ ସାରା ବିଶ୍ୱରେ ମଇ ୧ ତାରିଖ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ ହୋଇ ଆସୁଛି। ହିନ୍ଦ ମଜଦୁର ସଭା ସମସ୍ତ ସଙ୍ଗଠନକୁ ଏକତ୍ରୀକରଣ କରିବାରେ ସର୍ବଭାରତୀୟ ସ୍ତରରେ ସଫଳ ହୋଇଛି ବୋଲି ଶ୍ରୀ ପରିଡ଼ା ପ୍ରକାଶ କରିବା ସହ ଶ୍ରମିକ ମାନେ ଐକବଦ୍ଧ ଭାବେ ନିଜର ଅଧିକାର ପାଇଁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ନଟବର ବାରିକ, ନରହରି ଦାସ, ଆପନା ପାଢି, କୁମାର ମୁର୍ମୁ, ପ୍ରଶାନ୍ତ କୁମାର ସାମନ୍ତରାୟ, ରାମେଶ୍ୱର ନାଗ, ବିଶ୍ୱନାଥ ନାୟ. ପ୍ରଭାତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ହିନ୍ଦ ମଜଦୁର ସଭା ରାଜ୍ୟ ନିର୍ବାହି ସଭାପତି ବିଦ୍ୟାଧର ବାରିକଙ୍କୁ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଶ୍ରୀ ବାରିକ ଓ ମୁଖ୍ୟମନ୍ତ୍ରୀଙ୍କୁ ୟୁନିୟନ ପକ୍ଷରୁ ଅଭିନନ୍ଦନ ଜଣାଯାଇଥିଲା। ଶେଷରେ ୟୁନିୟନର କୋଷାଧ୍ୟକ୍ଷ ଅନ୍ତର୍ଯାମି ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top