ଆଇସିୟୁରେ କରୁଣାନିଧି, ହସ୍ପିଟାଲ ବାହରେ ବହୁ ସଂଖ୍ୟାରେ ସମର୍ଥକ

ଚେନ୍ନାଇ ୨୮-୭ (ଓଡ଼ିଆ ପୁଅ) ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ଅଧ୍ୟକ୍ଷ ଏମ. କରୁଣାନିଧିଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତଚାପ ହ୍ରାସ ପାଇବାରୁ ଶୁକ୍ରବାରଦିନ ରାତିରେ ହସ୍ପିଟାଲ ନିଆଯାଇଥିଲା।

ହସ୍ପିଟାଲରେ ଭର୍ତ୍ତି ହେବାର ସୂଚନା ମିଳିବାକ୍ଷଣି ତାଙ୍କର ଘର ଏବଂ ହସ୍ପିଟାଲ ବାହରେ ବହୁ ସଂଖ୍ୟାରେ ତାଙ୍କର ସମର୍ଥକ ଏକତ୍ର ହୋଇଛନ୍ତି। ସମର୍ଥକଙ୍କର ଚେହରା ଉପରେ ଦୁଃଖ ପ୍ରତ୍ୟେକ୍ଷ ନଜର ଆସୁଛି। ତାଙ୍କର ପୁଅ ଏବଂ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମକେ ଷ୍ଟାଲିନ ମଧ୍ୟ ହସ୍ପିଟାଲରେ ଅଛନ୍ତି । ତାଙ୍କ ବ୍ୟତୀତ ତାମିଲନାଡୁ ରାଜ୍ୟପାଳ ବନବାରୀଲାଲ ପୁରୋହିତ ମଧ୍ୟ କରୁଣାନିଧିଙ୍କର ହାଲଚାଲ ଜାଣିବା ପାଇଁ କାବେରୀ ହସ୍ପିଟାଲ ଗସ୍ତ କରିଥିଲେ।

ବର୍ତ୍ତମାନ କରୁଣାନିଧିଙ୍କର ଅବସ୍ଥା ସ୍ଥିର ବୋଲି କୁହାଯାଉଛି। ହସ୍ପିଟାଲ ତରଫରୁ ଏକ ହେଲ୍ଥ ବୁଲେଟେନ ଜାରୀ କରାଯାଇଛି, ଯେଉଁଥିରେ କୁହାଯାଇଛି କି କରୁଣାନିଧିଙ୍କର ରକ୍ତଚାପକୁ ସ୍ଥିର କରି ଦିଆଯାଇଛି। ବିଶେଷଜ୍ଞ ଡାକ୍ତରଙ୍କର ଏକ ପ୍ୟାନେଲ ଦ୍ଵାରା ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି।

କୁହାଯାଇପାରେ, କି ୯୪ ବର୍ଷୀୟ ଏମ. କରୁଣାନିଧି ୟୁରିନରୀ ଟ୍ରାକ୍ଟ ସଂକ୍ରମଣରେ ପୀଡ଼ିତ ଅଛନ୍ତି। ତାଙ୍କ ଘରେ ଚିକିତ୍ସା ଚାଲୁଥିଲା। କିନ୍ତୁ ଶୁକ୍ରବାରଦିନ ରାତିରେ ଅଚାନକ ରକ୍ତଚାପରେ ହ୍ରାସ ଆସିଲା, ତା’ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାରଦିନ ହିଁ କରୁଣାନିଧିଙ୍କୁ ଦେଖିବାପାଇଁ ନେତାମାନଙ୍କ ଭିଡ଼ ଲାଗିଛି। ଏହି କାରଣରୁ ତାଙ୍କ ଘର ଏବଂ ହସ୍ପିଟାଲର ସୁରକ୍ଷା ବଢ଼ାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *