ଆଇପିଏଲ-୧୧ ରେ ୭୦୦ ରନ ବନାଇଥିବା ପ୍ରଥମ ଖେଳାଳି ହେଲେ କେନ ୱିଲିୟମସନ

ମୁମ୍ବାଇ ୨୭ ମଇ (ଓଡ଼ିଆ ପୁଅ) ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନ ଅବଶ୍ୟ ନିଜର ଟିମକୁ ଫାଇନାଲରେ ଜିତାଇ ପାରିନଥିଲେ କିନ୍ତୁ ନ୍ୟୁଜିଲ୍ୟାଣ୍ଡର ଏହି ବ୍ୟାଟ୍ସମ୍ୟାନ୍ ଆଇପିଏଲ-୧୧ ରେ ସର୍ବାଧିକ ୭୩୫ ରନ ବନାଇ ଶେଷରେ ‘ଅରେଞ୍ଜ କ୍ୟାପ’ ହାସଲ କରିଛନ୍ତି। କିଂଗ୍ସ ଇଲେଭେନ ପଞ୍ଜାବର ଫାଷ୍ଟ ବୋଲର୍ ଏଂଡ୍ରୟ ଟାଇଙ୍କୁ ସର୍ବାଧିକ ୱିକେଟ ନେବା ପାଇଁ ‘ପର୍ପଲ କ୍ୟାପ’ ମିଳିଛି। ୱିଲିୟମସନ ୧୭ଟି ମ୍ୟାଚରେ ୫୨.୫୦ ଆଭରେଜ୍ ରେ ୭୩୫ ରନ ବନାଇଥିଲେ ଯେଉଁଥିରେ ଆଠଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି। ତାଙ୍କର ପରେ ଦିଲ୍ଲୀ ଡେୟାରଡେଭିଲ୍ସର ଋଷଭ ପନ୍ତ ୬୮୪ ରନ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ୱିଲିୟମସନ ଏହିପରି ଭାବରେ ଆଇପିଏଲ ସମସ୍ତ ସିଜିନରେ ୭୦୦ରୁ ଅଧିକ ରନ ବନାଇଥିବା ଖେଳାଳି ମାନଙ୍କ ମଧ୍ୟରେ ପଞ୍ଚମ ବ୍ୟାଟ୍ସମ୍ୟାନ୍ ବନିପାରିଛନ୍ତି। ତାଙ୍କପୂର୍ବରୁ କ୍ରିସ ଗେଲ, ମାଇକଲ ହସୀ, ବିରାଟ କୋହଲୀ ଏବଂ ଡେବିଡ ୱାର୍ନର ଏହି ଉପଲବ୍ଧି ହାସଲ କରିଥିଲେ। ଗେଲ ଦୁଇଥର ଏହା କରିଛନ୍ତି। କିଂଗ୍ସ ଇଲେଭେନ ପଂଜାବର ଅଷ୍ଟ୍ରେଲିଆ ବୋଲର ଟାଇ ସର୍ବାଧିକ ୱିକେଟ ନେଇଥିବାରୁ ସେ ପର୍ପଲ କ୍ୟାପ ପୁରସ୍କାର ହାସଲ କରିବାରେ ସଫଳ ହୋଇପାରିଛନ୍ତି। ଟାଇ ୧୪ଟି ମ୍ୟାଚରେ ୨୪ ୱିକେଟ ନେଇଥିଲେ। ତାଙ୍କର ପରେ ସନରାଇଜର୍ସ ହାଇଦ୍ରାବାଦର ରଶିଦ ଖାନ (୨୧ ୱିକେଟ) ଏବଂ ସିଦ୍ଧାର୍ଥ କୌଲ (୨୧ ୱିକେଟ) ନେଇଛନ୍ତି।

ସୂଚନାଯୋଗ୍ୟଯେ, ଶେନ ୱାଟସନଙ୍କର ତୋଫାନୀ ଶତକର କାରଣରୁ ଚେନ୍ନାଇ ସୁପର କିଂଗ୍ସ ଆଇପିଏଲ ୨୦୧୮ର ଫାଇନାଲ୍ ମ୍ୟାଚ୍ ୮ ୱିକେଟ ରେ ବିଜୟ ଲାଭ କରିଛି। ଚେନ୍ନାଇ ତୃତୀୟ ଥର ଆଇପିଏଲରେ ଚଂପିଆନ ହୋଇପାରିଛି। ମୁମ୍ବାଇର ୱାନଖେଡ଼େ ଷ୍ଟାଡ଼ିୟମରେ ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ଖେଳାଯାଇଥିବା ମ୍ୟାଚ୍ ରେ ଟିମ ଭଲ ପ୍ରଦର୍ଶନ କରିଥିଲା। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୧୭୯ ରନର ଲକ୍ଷ୍ୟ ଦେଇଥିଲା। ତା’ର ଜବାବରେ ଚେନ୍ନାଇ ୨ ୱିକେଟ ହରାଇ ମ୍ୟାଚ୍ ରେ ବିଜୟଲାଭ କରିଥିଲା। ଏଥିରେ ଶେନ ୱାଟସନ୍ ଜବରଦସ୍ତ ବ୍ୟାଟିଂ କରି ନଟ୍ ଆଉଟ୍ ରହି ୧୧୭ ରନ ବନାଇଥିଲେ।

Leave a Reply

Your email address will not be published. Required fields are marked *