ଜିଲ୍ଲା ପରିକ୍ରମା

ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ବୌଦ୍ଧ, ୧ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ଦୌରାଜଜ ତଥା ଆଇନ ପ୍ରାଧିକରଣର ଅଧକ୍ଷ୍ୟ ଅରବିନ୍ଦ ଗୁରୁ ଙ୍କ ଅଧକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସିଜେଏମ ପ୍ରଦୀପ୍ତ କୁମାର ସାହୁ, ରେଜିଷ୍ଟ୍ରାରର ଦେବାଶିଷ ମହାନ୍ତି, ଏସଡିଜେଏମ ସୁର୍ଯ୍ୟ ଦାସ, ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଶ୍ରମ ଇନ୍ସପେକଟର ଦିବ୍ୟଲୋଚନ ଧାରୁଆ, ମହାବିଦ୍ୟାଳୟର ଅଧକ୍ଷ୍ୟ ଡମ୍ବରୁଧର ଭୋଇ ଯୋଗ ଦେଇଥିଲେ। ସଚେତନାତା ଶିବିରରେ ଜୁଭେନାଇଲ ଆକ୍ଟ, ଶିଶୁ ଅଧିକାର, ବାଲ୍ୟ ବିବାହ, ମାଗଣା ଶିକ୍ଷା, ପାରିବାରିକ ହିିଂସା ଉପରେ ବିଚାରପତି ମାନେ ସୂଚନା ପ୍ରଦାନ କରିବା ସହ ଆଇନସେବା ପ୍ରାଧିକରଣ ପକ୍ଷରୁଯୋଗାଇ ଦିଆଯାଉଥିବା ସୁବିଧା ଉପରେ ଆଲୋକପାତ କରିଥିଲେ। ଏହି ସଚେତନତା ଶିବିରରେ ୧୫୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇ ଥିବାବେଳେ ଅଧ୍ୟାପକ ପ୍ରବୀର କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top