Home ଓଡ଼ିଶା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦିନ ଦ୍ୱିପ୍ରହରରେ ପାଞ୍ଚଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଦିନ ଦ୍ୱିପ୍ରହରରେ ପାଞ୍ଚଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

101

ବଲାଙ୍ଗୀର, ୦୫-୧୦ : (ଓଡ଼ିଆ ପୁଅ) ଆଜି ଦିନ ପ୍ରାୟ ଗୋଟାଏ ସମୟରେ ବଲାଙ୍ଗୀର କଲେଜ ଛକ ସ୍ଥିତ ଏଡିବି ଏସ୍‌ବିଆଇ ବ୍ୟାଙ୍କ ସାମନାରୁ ଦୁଇ ଜଣ ଦୁର୍ବୁତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସ୍ଥାନୀୟ ଟିକ୍ରାପଡାବାସୀ ସଞ୍ଜୟ ଶତପଥୀ ଓ ତୁଫାନ ସାହୁ ଅଜନ୍ତା ୱାଲ କ୍ଲକ ସଂସ୍ଥାରେ କାମ କରନ୍ତି। ବିଭିନ୍ନ ପାର୍ଟିଙ୍କୁ ପଇସା ଦେବା ଉଦ୍ଦ୍ୟେଶରେ ଆଜି ସଂସ୍ଥାରୁ ତିନି ଲକ୍ଷ ଟଙ୍କା ନେଇ ଏଡିବି ବ୍ୟାଙ୍କକୁ ଯାଇଥିଲେ। ଏଡିବି ବ୍ୟାଙ୍କରୁ ଆହୁରି ଦୁଇ ଲକ୍ଷ ଟଙ୍କା ଉଠାଇ ଥିଲେ। ସମୁଦାୟ ପାଞ୍ଚ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ ବାହାରକୁ ଆସୁଥିବା ବେଳେ ହଠାତ ଦୁଇ ଜଣ ଦୁର୍ବୁତ୍ତ ଲାଲକଳା ପଲସର ବାଇକରେ ଆସି ସଂଜୟ ହାତରୁ ବ୍ୟାଗଟି ଲୁଟି ନେଇ ଫେରାର ମାରିଥିଲେ। ସଂଜୟ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସିବା ପରେ ସଂଜୟକୁ ନେଇ ପୋଲିସ ଦୁର୍ବୁତ୍ତମାନେ ଯିବା ରାସ୍ତାରେ ଯାଇ ସେମାନଙ୍କୁ ଧରିବା ପାଇଁ ବିଫଳ ଚେଷ୍ଟା କରିଥିଲା। ପରେ ପରେ ବ୍ୟାଙ୍କ ଓ ଅନ୍ୟାନ୍ୟ ସିସିଟିଭି ଯାଞ୍ଚ କରି ଦୁର୍ବୁତ୍ତଙ୍କ ହୁଲିଆ ଓ ବାଇକ ନମ୍ବର ପାଇ ତନାଘନା ଜାରି ରଖିଛି। ତେବେ ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁଯାୟୀ ଦୁର୍ବୁତ୍ତ ଦ୍ୱୟ ହେଲମେଟ ପିନ୍ଧି ଥିଲେ, ପଛପଟ ଯୁବକଟି ନାଲିଆ ରଙ୍ଗର ଟିସାର୍ଟ ପିନ୍ଧିଥିବା ବେଳେ ବ୍ୟାଗ ଲୁଟିବା ପରେ କଲେଜ ଛକ ପଟକୁ ଦୃତ ଗତିରେ ପଳାଇଥିବା କୁହାଯାଉଛି।

ବିଗତ କିଛି ସପ୍ତାହ ହେବ ବଲାଙ୍ଗିରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସଂପୁର୍ଣ୍ଣ ଫେଲ ମାରିବାକୁ ବସିଛି। ଦିନ ଦୁଇ ପହରରେ ସହର ଭିତରେ ଲୁଟ୍‌ ତରାଜ, ରାହାଜାନି ତଥା ମର୍ଡର ହେବାକୁ ବସିଲାଣି। ସହରରେ ନିଶା ଟେବଲେଟ୍ ଓ ସିରପ କାରବାର ଜୋର ଧରିଥିବା ଆଲୋଚନା ହେଉଛି। ସହର ଭିତରୁ ହଜାର ହଜାର ବୋଟଲ କଫସିରପ ଧରାପଡୁଛି। ଏପରିକି ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବାକୁ ବସିଲାଣି। ଅନ୍ୟ ପଟେ ପୋଲିସ ପ୍ରଶାସନ ନିରୀହ ଜନସାସଧାରଣଙ୍କ ଠାରୁ ଫାଇନ ଅସୁଲିରେ ବ୍ୟ‌ସ୍ତ। ବେଳ ଥାଉ ଥାଉ ସହରରେ ଅପରାଧ ନିୟନ୍ତ୍ରଣ ନ କରାଗଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.