ଆଇନ ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ବୌଦ୍ଧ,୧୨ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଜାତୀୟ ଆଇନ ସେବା ଦିବସ ଅବସରରେ ବୌଦ୍ଧ ଜିଲା ଆଇନ ପ୍ରାଧିକରଣ ପକ୍ଷରୁ ଏକ ସଚେତନତା ଶିବିର ବଲାସିଙ୍ଗା ଅପର ପ୍ରାଇମେରୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଏହି ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ଅତିରିକ୍ତ ଜିଲା ଦୌରାଜଜ ରୁପଶ୍ରୀ ଚୌଧୁରୀ, ସବଜଜ ଅଗସ୍ତି କୁମାର ସାହୁ, ସିଜେଏମ ପ୍ରଦୀପ୍ତ କୁମାର ସାହୁ, ରେଜିଷ୍ଟା୍ରର ଦେବାଶିଷ ମହାନ୍ତି , ଏସଡିଜେଏମ ସୁର୍ଯ୍ୟ ମିଶ୍ର , ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ । ଶିବିରରେ ବିଚାରପତି ମାନେ ଆଇନ ପ୍ରାଧିକରଣ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ଆଇନ ସେବା , ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଇନ ଓ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ । ଏହି ଶିବିରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ସମେତ ବଲାସିଙ୍ଗା ଗା୍ରମର ଲୋକ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *