ଆଇନ୍ ସାକ୍ଷରତା ଓ ସେବା ଶିବିର

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଉପକାରାଗର ପରିବସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଏକ ଆଇନ୍ ସାକ୍ଷରତା ଓ ସେବା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ଆଇନ୍ ସେବା ପ୍ରାଧିକରଣର ସଚ୍ଚିବ ଅପର୍ଣ୍ଣା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ସମସ୍ତ ଅନ୍ତେବାସୀମାନଙ୍କୁ ସେମାନଙ୍କର ଆଇନଗତ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ କରିବା ସହ ଆଇନର ବିଭିନ୍ନ ଦିଗ ଯଥା- ଗିରଫଦାରି, ଜାମିନ, ଅପିଲ ଓ ମାଗଣା ଆଇନ ସେବା ଇତ୍ୟାଦି ସଂପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ର ଲିଗାଲପ୍ରୋବେସନ ଅଧିକାରୀ ସୁବ୍ରତ କୁମାର ଦାସ, ଜେଲ ର ଅଧିକ୍ଷକ ଚିନ୍ମୟ ପାତ୍ର, ଆଡଭୋକେଟ୍ ରାଜେନ୍ଦ୍ର ବେହେରା ଓ ଜେଲ ର ସମସ୍ତ ଅନ୍ତେବାସୀ ଶିବିରରେ ଉପସ୍ଥିତ ଥିଲେ। ଏହି ଶିବିର ପରିଚାଳନାରେ ଆଇନସେବା ପ୍ରାଧିକରଣ କର୍ମୀ ରବିନ୍ଦ୍ର ପାଢୀ ଓ ବିଶ୍ୱରଞ୍ଜନ ବାରିକ୍ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *