ଅନୁଗୁଳ

ଆଇନ୍ ସହାୟତା ସମିତି ପକ୍ଷରୁ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ

ତାଳଚେର,୧୩/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଉପଖଣ୍ଡସ୍ତରୀୟ ଆଇନ୍ ସହାୟତା ସମିତି ପକ୍ଷରୁ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ତାଳଚେର ପଂଚାୟତ ସମିତି ସଭାଘରଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲୁନା ମହାନ୍ତି ଅଧ୍ୟକ୍ଷତା କରି ସଭାର ଉଦେ୍ଶ୍ୟ ଓ ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ଏସ୍.ଡି.ଜେ.ଏମ୍ ଜୀବନ ବଲ୍ଲଭ ପଟ୍ଟନାୟକ ଏବଂ ତାଳଚେର ଉପ-ଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସହାୟତା ସମିତିର ସଭ୍ୟ ତଥା ବରିଷ୍ଠ ଆଇନ୍ଜୀବୀ ଅରୁଣ ଶଙ୍କର ମିଶ୍ର ଶିଶୁ ଶ୍ରମିକ ନିରୋଧ ଆଇନ୍ ର ସମୀକ୍ଷା କରି ଏହି ଆଇନ୍ କୁ କାର୍ଯ୍ୟକାରୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥି ସହିତ ସହାୟତା ସମିତିର ଅନ୍ୟତମ ସଭ୍ୟ ରାମଚନ୍ଦ୍ର ସ୍ୱାଇଁ ଏବଂ ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରିଶେଷରେ ଆଇନଜୀବୀ ବାଉରୀବନ୍ଧୁ ବେଜ୍ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ଆଇନ୍ଜୀବୀ,ପାରା ଲିଗାଲ କର୍ମୀ,ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top