ଜଗତସିଂହପୁର

ଆଇନିଶୃଙ୍ଖଳା ପରିସ୍ଥିତ ବିପର୍ଯ୍ୟସ୍ତ : ତିର୍ତ୍ତୋଲ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

ତିର୍ତ୍ତୋଲ୧୬/୦୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ୍ଶୃଙ୍ଖଳା ପରିସ୍ଥିତ୍ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ସାଧାରଣ ଘରୋଇ କଳିଠାରୁ ରାହାଜାନି ଡ଼କାୟତି ପର୍ଯ୍ୟନ୍ତ ଘଟଣାରେ ତିର୍ତ୍ତୋଲ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ କିଛି ଦିନହେବ ତିର୍ତ୍ତୋଲ ଅଞ୍ଚଳରେ ଦୁଷ୍କର୍ମ, ଚୋରାମଦବେପାର, ଏଟିଏମ୍ ଲୁଟ୍, କିଡ଼ିନାପ, ଗାଡ଼ିଚୋରି ଘଟଣା ବୃଦ୍ଧିପାଉଥିବାବେଳେ ପୋଲିସ ଘଟଣାର ତଦନ୍ତ ଆଳରେ କାର୍ଯ୍ୟାନୁଷ୍ଠାନ ନେବାରେ ଶିଥିଳତା ଦେଖାଦେଇଛି। ତିର୍ତ୍ତୋଲ ଥାନା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଙ୍ଗ୍ ସଠିକ୍ ଭାବରେ କରାଯାଉନଥିବା ଯୋଗୁଁ ବିଭିନ୍ନ ଘଟଣାମାନ ଘଟିବାରେ ଲାଗିଛି। କିଛିଦିନ ତଳେ ସନ୍ଧ୍ୟା ୭ଟା ସମୟରେ ବିଜୟ ସ୍ୱାଇଁ ନାମକ ଶିକ୍ଷକ ଢ଼ିଅସାହିରୁ କଟରା ଫେରୁଥିବାବେଳେ ଜଳିସୀ ନିକଟ ନିଛାଟିଆ ରାସ୍ତାରେ ୩ ଜଣ ଲୁଟେରା ଗୋଟିଏ ପଲ୍ସର ଗାଡ଼ିରେ ଆସି ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଅପରପକ୍ଷରେ ଏହି ରାସ୍ତାରେ ଏକାଧିକବାର ରାହାଜାନି ଲୁଟ୍, ବୋମାମାଡ଼ ଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସ ପେଟ୍ରୋଲିଙ୍ଗର ଅଭାବ କାରଣରୁ ଅପରାଧିମାନେ ନିଜର ଅପରାଧିକ କାୟା ବିସ୍ତାର କରିବାରେ ଲାଗିଛନ୍ତି। ଅତି ଗରିବ ବା ସାଧାରଣ ଲୋକଟିଏ ତିର୍ତ୍ତୋଲ ଥାନାକୁ ଅଭିଯୋଗ ନେଇ ଆସିଲେ ପୋଲିସ୍ ପକ୍ଷରୁ ଅଭିଯୋଗକୁ ରଖିବା ତ ଦୁରର କଥା ଅକଥନୀୟ ବ୍ୟବହାର ଦେଖାଇ ଅଭିଯୋଗକାରୀକୁ ଫେରାଇଦିଆ ଯାଉଥିବା ଦେଖିବାକୁ ମିଳୁଛି। ଗତ ୨୧ ତାରିଖଦିନ ଜ୍ଞାନଦେବୀ ନାରୀସୁରକ୍ଷା କମିଟିର ତିର୍ତ୍ତୋଲ ବ୍ଲକ ସଂଯୋଜିକାଙ୍କ ଗାଡ଼ିର ଚାବିକୁ କୋଲର ପଞ୍ଚାୟତ ଦଶମାଣ କୁଳ ଗ୍ରାମର ଦୁଇ ଜଣ ଯୁବକ ଛଡ଼ାଇନେଇ ଦୃବ୍ୟବହାର କରିଥିଲେ। ଏହାକୁ ଭିତ୍ତିକରି ସଂଯୋଜିକା ତିର୍ତ୍ତୋଲ ଥାନାରେ ୨୨ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ପୋଲିସ ରଖିବା ସହିତ କୌଣସି କାର୍ଯ୍ୟାନୁଷ୍ଟାନ ନନେଇ ୩ଦିନ ପରେ ୨୫ ତାରିଖ ଦିନ ଅଭିଯୁକ୍ତଙ୍କୁ ଡ଼କାଇ କାଉଣ୍ଟର ଏଫଆଇଆର ଲେଖାଇଥିଲେ। ଏହି ଘଟଣା ତିର୍ତ୍ତୋଲ ଥାନାର ଗୋଟିଏ ନମୁନା ମାତ୍ର ଏଭଳି ଘଟଣା ଦୈନିକ ଘଟୁଥିବା ସୂଚନା ମିଳିଛି। କନକପୁର ଫାଣ୍ଡି ଅଞ୍ଚଳରେ ମହିଳା ଭକ୍ତଙ୍କୁ ସରସ୍ୱତୀ ପୂଜା ଦିନ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସନ୍ଧ୍ୟାରେ ଅଭିଯୁକ୍ତକୁ ଥାନାକୁ ଅଣାଯାଇଥିବାବେଳେ ସକାଳେ ଖୁଲମ ଖୁଲା ଅଭିଯୁକ୍ତକୁ ବୁଲିବା ପାଇଁ ଛାଡ଼ିଦିଆଯାଇଥିଲା। ଫଳରେ ପୋଲିସର ଏଭଳି କାର୍ଯ୍ୟକଳାପ ଯୋଗୁଁ ଅପରାଧିମାନେ ଉତ୍ସାହିତ ହେଉଥିବା ବେଳେ ସାଧାରଣ ଲୋକ ଉଚିତ୍ ନ୍ୟାୟ ବଦଳରେ ପାଉଛନ୍ତି ଯନ୍ତ୍ରଣା। ମୂଳିସିଂ ପଞ୍ଚାୟତ ସହରହାଟରେ ଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏଟିଏମ୍ ରୁ ଗତ୧୧ ତାରିଖ ବିଳମ୍ବିତ ରାତ୍ରରେ ଦୁର୍ବୁତ ମାନେ ଏଟିଏମ୍ ମେସିନ୍ ଭାଙ୍ଗି ୧୨ଲକ୍ଷରୁ ଉର୍ଦ୍ଦ ଟଙ୍କା ଲୁଟିନେଇଥିବା ଜଣାପଡିଛି। ଘଟଣାରୁ ଜଣାପଡେ ଗତ ୧୧ ତାରିଖ ଦିନ ୧୨ଟା ବେଳେ ବ୍ୟାଙ୍କର ମ୍ୟାନେଜର ୧୭ଲକ୍ଷଟଙ୍କା ଏଟିଏମ୍ ମେସିନରେ ଭରିଥିଲେ। ରାତି ୮ଟା ସିୁଧା ୫ଲକ୍ଷ ଟଙ୍କା ଏଟିଏମ୍ ଆକାଣ୍ଟରୁ ଉଠାଯାଇଥିବା ମ୍ୟାନେଜରଙ୍କ ମୋବାଇଲକୁ ମ୍ୟାସେଜ ଆସିଥିବା ବେଳେ ଅବଶିଷ୍ଟ୧୨ଲକ୍ଷଟଙ୍କା ଏଟିଏମ୍ ରେ ଗଚ୍ଛିତ ଥିଲା। ଏହାର ସୁଯୋଗ ନେଇ ଦୁର୍ବୁତ ମାନେ ୧୧ ତାରିଖ ଦିନ ବିଳମ୍ବିତ ରାତ୍ରରେ ଏଟିଏମ୍ ମେସିନକୁ କଟର ମେସିନ୍ ସାହାଯ୍ୟରେ କାଟି ୧୨ଲକ୍ଷରୁ ଉର୍ଦ୍ଦ ଟଙ୍କା ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ବ୍ୟାଙ୍କ ମ୍ୟାନେଜର ହରିଶଚନ୍ଦ୍ର ନାୟକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ଜଗତସିଂହପୁର ଏସ୍ .ପି ପ୍ରକାଶ ଆର, ତିର୍ତ୍ତୋଲ ଏସ୍ଡି ପିଓ ଶିବ ଚରଣ ମଲ୍ଲିକ, ତିର୍ତ୍ତୋଲ ଥାନା ଅଧିକାରୀ ବଳରାମ ନାୟକ, କନକପୁର ଫାଣ୍ଡିଅଧିକାରୀ ବରଦା ପ୍ରଶନ୍ନ ଶତପଥି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହା ସହିତ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଲୁଟ୍ ଘଟଣା ୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ୍ ବିଫଳ ହୋଇଛି। ରାତି ୧୦ଟାପରେ ବିଭିନ୍ନ ହୋଟେଲ ଓ ଢ଼ାବା ଖୋଲାରହିବା ସହିତ ଅସାମାଜିକ ମାନେ ଆଡ଼ା ଜମାଇ ପଥଚାରୀଙ୍କୁ ନାନା ଅସୁବିଧାରେ ପକାଇବା ସହିତ ବେଆଇନ୍ ନିଶା କାରବାର କରାଯାଉଥିବା ତିର୍ତ୍ତୋଲ ପୋଲିସ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top