ଆଇନସେବା ପ୍ରାଧିକରଣ ସଚେତନତା ଶୋଭାଯାତ୍ରା

ପୁରୀ,୧୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଳା ଆଇନସେବା ପ୍ରାଧିକରଣ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏସିଡ୍ ପୀଡିତାଙ୍କୁ ସହାୟତା ଏବଂ ଓଡିଶା ପ୍ରପୀଡିତ କ୍ଷତିପୂରଣ ଯୋଜନା ୨୦୧୨ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ପ୍ରଥମ ଅତିରିକ୍ତ ଜିଲ୍ଲା ଜର୍ଜ ଶୁଭଦର୍ଶୀ ପଟ୍ଟନାୟକ ପତାକା ଦେଖାଇ ସିଂହଦ୍ୱାର ସମ୍ମୁଖରେ ଏହି ରାଲିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କୋର୍ଟ ରେଜିଷ୍ଟର ଦେବଦତ୍ତ ପଟ୍ଟନାୟକ ଏବଂ କୋର୍ଟ ମ୍ୟାନେଜର ଡ. ସଞ୍ଜୟ କୁମାର ସାହୁ ଉପସ୍ଥିତ ଥିଲେ। ଶୋଭାଯାତ୍ରାରେ ଆଇନଜୀବୀ, ଜିଏମ୍-ଲଅ କଲେଜର ଛାତ୍ରଛାତ୍ରର, ସ୍ୱେଚ୍ଛାସେବୀ ଓ ଆରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ସିଂହଦ୍ୱାରରୁ ବାହାରି ବଡଦାଣ୍ଡ ଡାକ୍ତରଖାନା ଛକ ଦେଇ ଶରଧାବାଲିରେ ଶେଷ ହୋଇଥିଲା। ଏସିଡ୍ ପୀଡିତାଙ୍କୁ ସହାୟତା ସମ୍ପର୍କରେ ଶୋଭାଯାତ୍ରାକାରୀମାନେ ଲୋକଙ୍କୁ ସଚେତନ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ମାନସ ରଞ୍ଜନ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶୋଭାଯାତ୍ରା ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *