ଆଇନଜୀବିଙ୍କ ଗିରଫ ବିରୋଧରେ ଓକିଲ ସଂଘର ମେଳି

ପାରଳାଖେମୁଣ୍ଡି,୧୩ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା କୋର୍ଟ ପରିସରରେ ଜିଲା ବାର ସଂଘ ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ଆଇନଜୀବି ଉପେନ୍ଦ୍ର ନାୟକଙ୍କ ଗିରଫକୁ ବିରୋଧ କରି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବରିଷ୍ଠ ଆଇନଜୀବିଙ୍କ ଗିରଫ ନ୍ୟାୟଚିତ ନୁହେଁ ବୋଲି କୁହାଯାଇଥିବା ବେଳେ ଏହାକୁ ହାଇକୋର୍ଟ ବାର ଆସୋସିଏସନ ସମର୍ଥନ ଜଣାଇବା ପାଇଁ ଜିଲା ବାର ଆସୋସିଏସନ ପକ୍ଷରୁ ନିବେଦନ ଜଣାଯାଇଥିଲା । ନିବେଦନ ମୁତାବକ ନିଖିଳ ଓଡିଶା ଆଇନଜୀବି ସଂଘ ପକ୍ଷରୁ ଏକ ୫ଜଣିଆ ଟିମ ଘଟଣାର ଅନୁଧ୍ୟାନ ପାଇଁ ପାରଳାଖେମୁଣ୍ଡି ଗସ୍ତରେ ଆସିଥିଲେ । ଏହି ୫ଜଣିଆ ଟିମଙ୍କ କହିବା ମୁତାବକ ଜଣେ ବରିଷ୍ଠ ଆଇନଜୀବିଙ୍କୁ ବିନା କାରଣରେ ଏବଂ ଆକ୍ରଶ ମୁଳକ ଭାବେ ଏପରି ଗିରଫ କରିବାକୁ ରାଜ୍ୟ ସଂଘ ପକ୍ଷରୁ ବିରୋଧ କରାଯାଉଛି । ଏପରିକି ସେ ଯେଉଁ ମକଦ୍ଦମାଗୁଡିକୁ ଲଢୁଥିଲେ ସେହି ମକଦ୍ଦମାରେ ସଂଶ୍ଲିଷ୍ଟ ଥିବା କାରଣ ଦର୍ଶାଇ ତାଙ୍କୁ ଗିରଫ କରାଯାଇଛି । ଏପରି ହେଲେ ଆଗାମି ଦିନରେ ଆଇନଜୀବିମାନେ ସୁରକ୍ଷିତ ରହିପାରିବେ ନାହିଁ ବୋଲି ରାଜ୍ୟ ସଂଘ ଏହି ୫ଜଣିଆ ଟିମ ପକ୍ଷରୁ କୁହାଯାଇଛି । ତେଣୁ ଏହି ଘଟଣାକୁ ନେଇ ସମସ୍ତ ଜିଲା ସଂଘ ହାଇକୋର୍ଟ ବାର ସଂଘ ସମସ୍ତେ ଏକାଠି ହୋଇ ସ୍ୱର ଉତ୍ତୋଳନ କରାଯିବା ଦରକାର ବୋଲି ଏହି ୫ଜଣିଆ ଟିମ ମତ ରଖିଛନ୍ତି । ଏହି ୫ଜଣିଆ ଟିମରେ ବାର କାଉନସିଲ ସଭ୍ୟ ବିଭୁ ପ୍ରାସଦ ତି୍ରପାଠୀ, ଆଇନଜୀବି କ୍ଷିରୋଦ ରାଉତ, ଆଇନଜୀବି ଚନ୍ଦ୍ରନାଥ ଦାନି, ଶଙ୍କର ପ୍ରସାଦ ପାଣି, ରଶ୍ମିରଞ୍ଜନ ଜେନା ପ୍ରମୁଖ ରହିଥଲେ । ସେହିପରି ଗଜପତି ଜିଲା ବାର ସଂଘ ପକ୍ଷରୁ ସଭାପତି ରାମନାଥ ମିଶ୍ର, ସିଦେ୍ଧଶ୍ୱର ମିଶ୍ର , ସ୍ୱରୁପ କୁମାର ପାଳ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ବରିଷ୍ଠ ଆଇନଜୀବି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *