ad
ଜିଲ୍ଲା ପରିକ୍ରମା

ଆଇନଜିବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ, ୧୧/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବାର୍ କାଉନସିଲ ଅଫ୍ ଇଣ୍ଡିଆର ଡ଼ାକରା କ୍ରମେ ପୁରୀ ଜିଲ୍ଳା ଓକିଲ ସଂଘ ପକ୍ଷରୁ ସେମାନଙ୍କ ମୌଳିକ ଅଧିକାର ଓ ୫ଦଫା ଦାବିନେଇ ଦୁଇଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ସଂଘ ପକ୍ଷରୁ ସମସ୍ତ ସଦସ୍ୟ ଏକ ବିରାଟ ଶୋଭାଯାତ୍ରାରେ ଭୁବନେଶ୍ୱର ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ। ଦେଶର ସମସ୍ତ ବାର୍ ଆସୋସିଏସନର ଚ୍ୟାମ୍ବର ଶୌାଚାଳୟ ଓ ବସିବା ସୁବିଧା ଉପଲବ୍ଧ ଥାଇ ଉପଯୁକ୍ତ ବିଲିଡ଼ିଂର ବ୍ୟବସ୍ଥା ଓକିଲଙ୍କ ସାମାଜିକ କଲ୍ୟାଣ ପାଇଁ ବାର୍ଷିକ ବଜେଟ୍ରେ ୫ହଜାର କୋଟିର ବ୍ୟବସ୍ଥା, ଆଇନଜୀବୀ ଏବଂ ସେମାନଙ୍କର ପରିବାର ସଦସ୍ୟଙ୍କ ପାଇଁ ବୀମାର ବ୍ୟବସ୍ଥା ଦୂରାରୋଗ ଓ ଦୁର୍ଘଟଣା ଜନୀତ ଆର୍ଥିକ କ୍ଷତିପୂରଣ ବ୍ୟବସ୍ଥା ଏବଂ ଆଇନଜୀବୀଙ୍କ ପାଇଁ ସର୍ବନିମ୍ନ ମୂଲ୍ୟରେ ବାସପୋଯୋଗୀ ଜଳ ଯେଗାଣ ଦାବିରେ ଦେଶବ୍ୟାପୀ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top