ଆଇତିପୁର ପଞ୍ଚାୟତରେ ପସିଲା ବନ୍ୟାଜଳ, ଶହେ ଏକରରୁ ଉର୍ଦ୍ଧ ଚାଷଜମି ଜଳମଗ୍ନ

ହାଟଡ଼ିହି, ୭। ୯ (ଓଡ଼ିଆ ପୁଅ) : ଗତ ଦୁଇଦିନ ଧରି ଉପର ମୁଣ୍ଡରେ ଲଗାଣବର୍ଷା ଲାଗି ରହିବାଦ୍ୱାରା ବୈତରଣୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି। ଆନନ୍ଦପୁର ନିକଟରେ ବୈତରଣୀର ବିପଦ ସଙ୍କେତ ୩୮.୩୬ ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଧା ୩୮.୪୦ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଚମ୍ପୁଆରେ ପ୍ରବଳ ବର୍ଷା ଯୋଗୁଁ ଜଳପତନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ହାଟଡିହି ବ୍ଲକର ଆଇତିପୁର ପଞ୍ଚାୟତରେ ଆଜି ସନ୍ଧ୍ୟାରେ ବନ୍ୟାପାଣି ପ୍ରବେଶ କରିଛି। ଆଇତିପୁର, ଅମୃତପୁର, ରାଘବପୁର, ନୁଆଗାଁ ଆଦି ଗ୍ରାମର ଶହଶହ ଏକର ଚାଷ ଜମିରେ ବନ୍ୟାପାଣି ମାଡି ଯାଇଥିବାରୁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଆଜି ରାତିସୁଧା ରାଘବପୁର ଗ୍ରାମ ରାସ୍ତାରେ ପାଣି ଚାଲିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *