ଜିଲ୍ଲା ପରିକ୍ରମା

ଆଇଡିଏଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ, ଆଧୁନିକ ଯୁଗରେ ପ୍ରାଥମିକସ୍ତରରୁ ଇଂରାଜୀ ଶିକ୍ଷାର ଆବଶ୍ୟକତା ରହିଛି

ବୌଦ୍ଧ, ୧୨ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧବ୍ଲକ ଅନ୍ତର୍ଗତ ବାଉଁଶୁଣୀ ଆଇଡିଏଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ହାଇସ୍କୁଲ ପଡିଆଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଜିଲ୍ଳାପାଳ ମଧୁସୂଦନ ମିଶ୍ର ବାର୍ଷିକ ଉତ୍ସବକୁ ଉଦଘାଟନ କରି ବିଦ୍ୟାଳୟ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଉତ୍ତମ ଚରିତ୍ର ଗଠନ ପାଇଁ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ବିଶ୍ୱର ୧୫୦ ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ଗୋଟିଏ ମଧ୍ୟ ବିଶ୍ୱବିଦ୍ୟାଳୟ ସ୍ଥାନ ନପାଇବା ଆମର ଶିକ୍ଷାଦାନ ପଦ୍ଧତି ପାଇଁ ଚିନ୍ତାର କାରଣ ବୋଲି ମୁଖ୍ୟଅତିଥି ଶ୍ରୀମିଶ୍ର ପ୍ରକାଶ କରିଥିଲେ। ଆନ୍ତର୍ଜାତିକ ଭାଷା ଭାବରେ ମାନ୍ୟତା ପାଇଥିବା ଇଂରାଜୀ ଭାଷାକୁ ଆୟତ୍ତ କରିବା ଆଜିର ଶିକ୍ଷିତ ସମାଜ ପାଇଁ ଆବଶ୍ୟକତା ହୋଇପଡିଥିବାବେଳେ ଛାତ୍ରଛାତ୍ରୀମାଙ୍କୁ ପ୍ରାଥମିକସ୍ତରରୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରାଇବା ପାଇଁ ଅଭିଭାବକମାନେ ମଧ୍ୟ ସେଥିପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଉତ୍ସବର ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ. ଜ୍ୟୋତିରଂଜନ ବହିଦାର ପ୍ରକାଶ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଟ୍ରଷ୍ଟି ସଂଗ୍ରାମ ଦେହୁରୀ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉତ୍ସବରେ ଅଧ୍ୟକ୍ଷ ଶ୍ରୀରଥ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ବିଦ୍ୟାଳୟର ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ବୀରମିତ୍ର ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିକ୍ଷକ ପ୍ରଦ୍ୟୁମ୍ନ ରଥ, ଭାଗ୍ୟଶ୍ରୀ ଛୋଟରାୟ ଓ ମଧୁସ୍ମିତା ବିଶ୍ୱାଳ ମଂଚ ପରିଚାଳନା କରିଥିଲେ। ଉତ୍ସବରେ ଲୁମିନା ମେହେର, ସଂକେତ ଦେହୁରୀ ଓ ମାନଓ ମେହେର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସ୍ନିଗ୍ଧାରାଣୀ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେହିପରି ଅବକାଶ ଗିରି, ଓମପ୍ରକାଶ ରଥ ଓ ବିକ୍ରମାଦିତ୍ୟ ଦେହୁରୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା ଓ ଗିରିଜାେ ବେହେରା, ଗୋବିନ୍ଦ ଅଗ୍ରୱାଲା, ଝାନସିରାଣୀ ମେହେର ଓ ସିଦ୍ଧି ରଥ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top