ଓଡ଼ିଶା

ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପିସିରେ ଚାଲିଛି ବିଭାଗ

ରାୟଗଡା ତା-୨୦/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁଣପୁର ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର କୋର୍ଟ ଅନୁମତି କ୍ରମେ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେ ମଧ୍ୟରୁ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଖାନ ସାହିରେ ଥିବା ସରକାରୀ ବାସଗୃହ ଏବଂ ଗୁଣପୁର ଆଇଟିଡିଏ ତାଙ୍କ କାର୍ଯ୍ୟାଳୟର ପ୍ରକୋଷ୍ଠରେ ଏବଂ ବ୍ରହ୍ମପୁର ସିଦ୍ଧାର୍ଥ ନଗର ତୃତୀୟ ଲାଇନର ତିନି ମହଲା ଘର, ବ୍ରହ୍ମପୁର କୋଅପରେଟିଭ କଲୋନୀ ତୃତୀୟ ଲାଇନ ସ୍ଥିତ ତାଙ୍କ ବାପାଙ୍କ ଘର, ରାଉତପେଟାସ୍ଥିତ ତାଙ୍କ ଶ୍ୱଶୁର ଘରଏକାସଙ୍ଗେ ଚଢ଼ାଉ କରାଯାଇଥିଲା।

ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସ୍ୱତନ୍ତ୍ର ଏସପି ମାୟାଧର ସ୍ୱାଇଁ କହିଛନ୍ତି ତାଙ୍କ ନାମରେ କେଶ ନଂ ୬/୨୦୧୮ରେ ଏକ ମାମଲା ରୁଜୁ କରାଯାଇଛି।

ଏହି ଚଢ଼ାଉ ବେଳେ ମୁନିଗୁଡାରୁ ୨ ଲକ୍ଷ ୩୦ ହଜାର ଟଙ୍କା ନଗଦ ମିଳିଥିବା ବେଳେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରୁ ୩୦ ଲକ୍ଷ ଟଙ୍କା ନଗଦ, ସମେତ ବିଭିନ୍ନ ବ୍ୟାଙ୍କ ଓ ଅର୍ଥ ଲଗାଣକାରୀ ସଂସ୍ଥାର ପାସ ବୁକ, ଜୀବନ ବୀମା ବଣ୍ଡ ଓ ବହୁ ପରିମାଣର ସୁନା ରୁପା କାର, ମଟର ସାଇକେଲ, ସ୍କୁଟି, ମୋଟ ନଗଦ ଅର୍ଥ ହେଲା ୩୨ଲକ୍ଷ ୫୩ ହଜାର ୮ଶହ ୪୦ଟଙ୍କା ଏବଂ ସର୍ବମୋଟ ସମ୍ପତ୍ତି ହେଲା ୧କୋଟି ୬୧ଲକ୍ଷ ୨୩ ହଜାର ୮ଶହ ୩୮ଟଙ୍କା ଜବତ କରାଯାଇଛି। ବ୍ରହ୍ମପୁର ସିଦ୍ଧାର୍ଥ ନଗରରେ ଶ୍ରୀ ପତିଙ୍କ ଘରେ ଥିବା ୱାସିଙ୍ଗ ମେସିନ ଭିତରୁ ନଗଦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି ଗୁଣପୁର ଆଟିଡିଏ ଅଧିନରେ ୪ଜଣ ଯନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଯନ୍ତ୍ରୀ ପ୍ରାୟ ୭ରୁ ୮ ବର୍ଷ ହେଲା ଗୋଟିଏ ସ୍ଥାନରେ ହିଁ କାର୍ଯ୍ୟ ସମ୍ପାଦନ କରନ୍ତି।

ସେମାନଙ୍କ ମଧ୍ୟରୁ ଗଗନ ବିହାରୀ ପତି ତାଙ୍କ ଦାୟିତ୍ୱ ହେଲା ମୁନିଗୁଡା ଓ ଚନ୍ଦ୍ରପୁର। ସେ ଗତ ନଭେମ୍ବର ୨୦୧୬ରେ ନୋଟବନ୍ଦୀ ହେବା ଦୁଇ ବର୍ଷ ସମ୍ପୂର୍ଣ୍ଣ ହୋଇନାହିଁ। କିନ୍ତୁ ଏତେ ପରିମାଣ ଟଙ୍କା ଆସିଲା କେଉଁଠୁ। ଦ୍ବିତୀୟତ୍ବ ଏହି ବାବୁ ଯେଉଁ କାର୍ଯ୍ୟ ସମ୍ପାଦନ କରିଥିଲେ ସେ କାର୍ଯ୍ୟ ଗୁଡିକ ମାନ ସଠିକ ଅଛି କି ନାହିଁ ତଦନ୍ତ କରିବା ଉଚିତ କାରଣ ସେ କାର୍ଯ୍ୟ ନିମ୍ନମାନର କରିବା ପାଇଁ ପିସି କାରବାର ହୋଇଛି । ଏହି ସବୁ କାର୍ଯ୍ୟରେ ସହଯୋଗ ବା ସଠିକ ତଦାରଖ କରିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିବା ଉଚିତ ଅଟେ।

ସେପରି ମହେନ୍ଦ୍ର କୁମାର ମହନ୍ତ ସେ ରାମନାଗୁଡା ଓ ବିଷମକଟକ ଦାୟିତ୍ୱରେ ଥିଲେ ଗତ କିଛି ଦିନ ତଳେ ରାମନାଗୁଡା ନିକଟସ୍ଥ ଗୁଲୁଣ୍ଟି ସେବାଶ୍ରମ ସ୍କୁଲର କାର୍ଯ୍ୟରେ ଅନ୍ଯମିତା ହୋଇଥିବା ପ୍ରମାଣିତ ହେବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଶେଷରେ ବହୁ ପ୍ରଭାବଶାଳୀ ଯନ୍ତ୍ରୀ ହେଉଛନ୍ତି ବ୍ରଜରାଜ କିସାନ ସେ ପ୍ରାୟ ୮ବର୍ଷ ହେଲା କାର୍ଯ୍ୟ ସମ୍ପାଦନ କରିଛନ୍ତି ତଥାପି ମହୋ ଛାଡୁନାହିଁ। ସେ ଗୁଣପୁର ଓ ଗୁଡାରି ଅଞ୍ଚଳର ଦାୟିତ୍ୱ ତୁଲାଉଛନ୍ତି। ତାଙ୍କର ବଦଳି ହୋଇଛି କିନ୍ତୁ ସରକାରୀ ଦଳର ନେତାଙ୍କ ହାତବାରିସି ହୋଇ ଏବଂ କିଛି ପ୍ରଶାସନିକ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ବସିଛନ୍ତି। ତାଙ୍କର ବିଶେଷ ଆକର୍ଷଣ କାର୍ଯ୍ୟ ହେଲା ବିଭାଗୀୟ କାର୍ଯ୍ୟ ପାଇଁ ବିନା ଟେଣ୍ଡର କାର୍ଯ୍ଯ କରନ୍ତି। ଏବଂ ନିଜେ ଠିକାଦାର ହୋଇ କାର୍ଯ୍ୟ କରନ୍ତି। ଯଦିଓ କାର୍ଯ୍ୟ ଠିକାଦାର ମାଧ୍ୟମରେ ହୁଏ ତେବେ ସେ ପିସି ବାବଦରେ ଠିକାଦାରଙ୍କ ଠାରୁ ୧୫ରୁ ୨୦ ପ୍ରତିଶତ ନିଅନ୍ତି। ସେ ବିଭାଗୀୟ କାର୍ଯ୍ୟରେ ମିଥ୍ୟା ବିଲ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଟେଣ୍ଡର କାର୍ଯ୍ୟରେ ଠିକାଦାରଙ୍କ ଠାରୁ ସମୁଦାୟ ୧୭ ପ୍ରତିଶତ ନିଅନ୍ତି। ସେ ପିସି ମଧ୍ୟରୁ ୧୨ ପ୍ରତିଶତ ଉପରିସ୍ଥ ଅଧିକାରୀଙ୍କ ପିସି ଏବଂ ଅଫିସ ନାମରେ ନିଅନ୍ତି ଓ ୫ ପ୍ରତିଶତ ଯନ୍ତ୍ରୀଙ୍କ ପିସି ବୋଲି ନିଅନ୍ତି। ଏହି ସମସ୍ତ ତଥ୍ୟ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ସବୁ ତଥ୍ୟ ଜଣାପଡୁଛି ଯେ ଜିଲ୍ଲାରେ ଯେଉଁ ବିକାଶର ନାନାବାଜି ଦେଉଥିବା ପ୍ରଶାସନ ଓ ରାଜ୍ୟ ସରକାର ଦେଖନ୍ତୁ ଜିଲ୍ଲାରେ ଯେଉଁ ଉନ୍ନୟନ କାର୍ଯ୍ୟ ହେଉଛି ତାହା କେତେ ଉତ୍କୃଷ୍ଟ କାର୍ଯ୍ୟ ଅଟେ ଅନୁମାନ କରନ୍ତୁ। ତେବେ ଆମ ଜିଲ୍ଲା ପ୍ରଶାସନ କେତେ ସ୍ବଚ୍ଚତା ! କେବଳ ପିସି ନାମରେ ଦୁର୍ନୀତିର ଗନ୍ଧ ବାରି ହେଉଛି। ଏପଟେ ସରକାର କହୁଛନ୍ତି ପିସି ବନ୍ଦ! ବର୍ତ୍ତମାନ ଆମେ ଗୁହାରି କରିବା କାହାକୁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top