ଜିଲ୍ଲା ପରିକ୍ରମା

ଆଇଏମ୍ଏ ଭଦ୍ରକ ଶାଖା ପକ୍ଷରୁ ଜିଲ୍ଳାପାଳଙ୍କୁ ଦାବିପତ୍ର

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଚଳିତ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ସରକାରଙ୍କ ତରଫରୁ ଆଗତ ହେବାକୁ ଥିବା ନ୍ୟାସନାଲ ମେଡିକାଲ କମିଶନ ବିଲ୍ର ପ୍ରତିବାଦ କରି ଭାରତୀୟ ଚିକତ୍ସକ ସଂଘ (ଆଇଏମ୍ଏ) ଭଦ୍ରକ ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଳ୍ଲାପାଳଙ୍କୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭାରତୀୟ ଚିକିତ୍ସକ ସଂଘର ସଭାପତି ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ସଂପାଦକ ଡାକ୍ତର ହରେକୃଷ୍ଣ ନାୟକ, ରାଜ୍ୟ ସଂଘର ଉପସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସ, ଡାକ୍ତର ଶତୃଘ୍ନ ହାତୀ ଓ ଡାକ୍ତର ପ୍ରଦୀପ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି। ଭଦ୍ରକ ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ୮ଦଫା ଦାବି ସମ୍ବଳିତ ଦାବିପତ୍ରରେ ଦର୍ଶା ଯାଇଛି ଯେ, ପାର୍ଲାମେଣ୍ଟରେ ଆଗତ ହେବାକୁ ଥିବା ଏହି ବିଲ୍ଟି ଜନସ୍ୱାର୍ଥ ବିରୋଧୀ। ଏହା ବ୍ୟତୀତ ଏହି ବିଲ୍ଟି ଡାକ୍ତରୀ ଶିକ୍ଷା ବ୍ୟବସ୍ଥା ସହ ଚିକିତ୍ସା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି କରିବା ସହ ଘରୋଇ ମେଡିକାଲ କଲେଜ ଗୁଡିକ ଅଧିକ ଲାଭବାନ ହେବେ ବୋଲି ଦାବିପତ୍ରରେ ଉପସ୍ଥାପନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top