କେନ୍ଦ୍ରାପଡ଼ା

ଆଇଆଇସି ଏତଲା ଗ୍ରହଣ ନ କରିବା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ଦଳିତ ମହିଳା

କେନ୍ଦ୍ରାପଡା, ୨୨/୦୯(ଲକ୍ଷ୍ମୀକାନ୍ତ ନାୟକ)-ଗଣେଶ ଭସାଣୀକୁ ନେଇ କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ନାଗପୁରା ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ସବର୍ଣ୍ଣ ଗୋଷ୍ଠୀର ଜୈନେକ ବୃଦ୍ଧାଙ୍କ ମୁଣ୍ଡଫାଟି ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ସବର୍ଣ୍ଣ ଗୋଷ୍ଠୀ ବିରୋଧି ଦଳିତ ଗୋଷ୍ଠୀ ବିରୋଧରେ କେନ୍ଦ୍ରାପଡା ସଦରଥାନାରେ ଅଭିଯୋଗ କରିଥିଲେ। ସଦରଥାନା ପୁଲିସ ଅଭିଯୋଗପାଇଁ ଦଳିତ ଗୋଷ୍ଠୀର ତିନିଜଣଙ୍କୁ ଧରି ଆଣି ଥାନାରେ ଅଟକ ରଖିଥିଲେ। ଏହି ଘଟଣା ଗତ ୧୬ ତାରିଖରେ ହୋଇଥିବା ବେଳେ ଦଳିତ ଗୋଷ୍ଠୀ ତରଫରୁ ସଂଯୁକ୍ତ ମଳିକ ସବର୍ଣ୍ଣ ଗୋଷ୍ଠୀ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ପୁଲିସ ଏହାକୁ ଗ୍ରହଣ କରି ନ ଥିଲା। ଏହି ଅଭିଯୋଗକୁ ନେଇ ଗତକାଲି ୨୧ ତାରିଖରେ ମହିଳାମାନେ ସଦରଥାନାରେ ବସି ରହିଥିଲେ ମଧ୍ୟ ପୁଲିସ କିଛି ଶୁଣି ନ ଥିଳା। ଏହାର ପ୍ରତିବାଦରେ ଆଜି ନାଗପୁରାର ୫୦ରୁ ଉର୍ଦ୍ଧ୍ୱ ଦଳିତ ମହିଳା ଜିଲ୍ଲାପାଳଙ୍କୁ ଭେଟି କେନ୍ଦ୍ରାପଡା ସଦରଥାନା ଆଇଆଇସି ଏତଲା ଗ୍ରହଣ କରୁନଥିବା ଏବଂ ଅଭିଯୋଗ ସଂମ୍ପର୍କରେ ଅବଗତ କରାଇଥିଲେ। ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି ଜିଲ୍ଲାପାଳ କହିଥିଲେ। ତେବେ ଏ ସମ୍ପର୍କରେ ସଦର ଆଇଆଇସି ସହିତ ଯୋଗାଯୋଗ କରିବାରୁ ଦଳିତଙ୍କ ଦ୍ୱିତୀୟ ଅଭିଯୋଗ ମିଥ୍ୟା ବୋଲି କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top