ଆଇଆଇସିଙ୍କ ଗିରଫଦାବି କଲା ସାମ୍ବାଦିକ ସଂଘ

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଭୁବନେଶ୍ୱରରେ କର୍ତବ୍ୟରତ ଫଟୋ ସାମ୍ବାଦିକଙ୍କୁ ଆକ୍ରମଣରେ ଘଟଣାର ତାଳବଣିଆ ଥାନା ଆଇଆଇସିଙ୍କ ଗିରଫ ଦାବି କରିଛି। ସାମ୍ବାଦିକ ସଂଘ ଏ ନେଇ ସୋମବାର ପୁରୀ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏସପିଙ୍କୁ ଦାବି ପତ୍ର ପ୍ରଦାନ ସହ ତୁରନ୍ତ ଆଇଆଇସିଙ୍କୁ ଗିରଫ କରିବା ପାଇଁ ଯୁକ୍ତି ଉପସ୍ଥାପନା କରାଯାଇଛି। ସଂଘର ସଦସ୍ୟ ସାମ୍ବାଦିକ ରଂଜି୍ତ ମିଶ୍ର, ଗୋବିନ୍ଦଚନ୍ଦ୍ର ସ୍ୱାଇଁ, ବିଜୟ ପଟ୍ଟନାୟକ, ଅକ୍ଷୟ ମିଶ୍ର, ସିମାଚଂଳ ପାଢୀ, ସଂଜୀବ ରଥଶର୍ମା, ପ୍ରଭାତ ପାଣିଗ୍ରାହୀ, ବିରଚିଂ ଦାସ, ନିଲୁ ମହାନ୍ତି, ସାଗର ମଲ୍ଲିକ, ଦିନରଜନ ସ୍ୱାଇଁ, ତନ୍ମୟ ମହାନ୍ତି, ସୋମନାଥ ଗୋଛିକାର, ଦିବ୍ୟରଂଜନ ବିଶୋଇ, ସଂଜୟ ମହାପାତ୍ର, ଗୋପାଳ ତିୱାରୀ, ଅନୀଲ ସାହୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ପୋଲିସ ମୁଖ୍ୟାଳୟକୁ ଯାଇ ଅତିରିକ୍ତ ଏସପିଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ସୂଚନା ଯୋଗ୍ୟ ଏହି ଘଟଣାରେ ଏସପି ସାର୍ଥକ ଷଢଙ୍ଗୀ ତାଳବଣିଆ ଥାନା ଆଇଆଇସିଙ୍କୁ ତୁରନ୍ତ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ଘଟଣାର ତୀବ୍ର ନିନ୍ଦା କରିଛି ଯୁବ ସାମ୍ବାଦିକ ସଂଘ। ୨୪ ଘଣ୍ଟା ମଧ୍ୟରେ ଆଇଆଇସିଙ୍କୁ ଗିରଫ କରିବା ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ଦାବି କରିଛି।

Leave a Reply

Your email address will not be published. Required fields are marked *