ଓଡ଼ିଶା

ଆଇଆଇଏମ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଅସୁବିଧା ଦୂରହେବ

ସମ୍ବଲପୁର, ୧୧/୯ (ଓଡ଼ିଆ ପୁଅ): ସମ୍ବଲପୁର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍)ର ଜ୍ୟୋତିବିହାର ଅସ୍ଥାୟୀ କ୍ୟାମ୍ପସ୍ରେ ହଷ୍ଟେଲ ସୁବିଧାକୁ ନେଇ ଉପୁଜିଥିବା ସମସ୍ୟାର ଆଶୁ ସମାଧାନର ବାଟ ଫିଟିଛି। ଆଜି ସନ୍ଧ୍ୟାରେ କଲେକ୍ଟୋରେଟରେ ଜିଲ୍ଲାପାଳ ସମର୍ଥ ବର୍ମା ଆଇଆଇଏମ୍ ପ୍ରଶାସକ ଦୀପ୍ତିରଞ୍ଜନ ମହାପାତ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ବୈଠକରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ଜ୍ୟୋତିବିହାରରେ ନିର୍ମାଣାଧୀନ ହଷ୍ଟେଲ କାମ ଆସନ୍ତା ୨୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରି ପୂର୍ତ୍ତ ବିଭାଗ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ସ୍ଥିର ହୋଇଛି। ଆଇଆଇଏମ୍ ଛାତ୍ରଙ୍କ ସହ ଗୋଟିଏ ହଷ୍ଟେଲରେ ରହୁଥିବା ବିଶ୍ୱବିଦ୍ୟାଳୟର ୭୦ ଛାତ୍ରଙ୍କୁ ଏହି ନୂତନ ହଷ୍ଟେଲକୁ ୩୦ ତାରିଖ ସୁଦ୍ଧା ସ୍ଥାନାନ୍ତର କରାଯାଇ ସମ୍ପୂର୍ଣ୍ଣ ହଷ୍ଟେଲ ଏମ୍ଓୟୁ ଅନୁଯାୟୀ ଆଇଆଇଏମ୍ ଛାତ୍ରଙ୍କ ପାଇଁ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି। ଯଦ୍ୱାରା ଆଇଆଇଏମ ଏବେ ଦୁଇଟି ହଷ୍ଟେଲ ପାଇପାରିବ। ସୂଚନାଯୋଗ୍ୟ ଯେ ଆଇଆଇଏମର ଏମବିଏ ପାଠ୍ୟକ୍ରମରେ ଆସନ ସଂଖ୍ୟା ଚଳିତ ବର୍ଷ ୧୨୦କୁ ବୃଦ୍ଧି ପାଇଛି। ଏଥିରେ ୧୧୧ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଗତବର୍ଷରେ ଏହି ସଂଖ୍ୟା ୬୦ ଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top