ଓଡ଼ିଶା

ଆଇଆଇଏମ୍ ପାଇଁ ସ୍ଥାୟୀ ପଟ୍ଟା ସହ ଜମି ଯୋଗାଣ ଦାବି

ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ସମ୍ବଲପୁର ତଥା ପଶ୍ଚିମାଞ୍ଚଳବାସୀଙ୍କ ଲଗାତର ଆନ୍ଦୋଳନ ପରେ ଶେଷରେ ପ୍ରାୟ ୩ବର୍ଷ ତଳେ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ହୋଇଛି। ପ୍ରତିଷ୍ଠା ବେଳେ ସରକାର ଧନକଉଡା ବ୍ଳକ କଳାମାଟି ପଞ୍ଚାୟତ ଅନ୍ତର୍ଗତ ଗୋଶାଳା ନିକଟ ବସନ୍ତୁପୁରରେ ୧୮୦ଏକର ଜମି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଆଇଆଇଏମ୍ ପ୍ରତିଷ୍ଠା ହେବାର ତିନି ବର୍ଷ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ କ୍ୟାମ୍ପସ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ରାଜସ୍ୱ ବିଭାଗ ଦ୍ୱାରା ଆଇଆଇଏମ୍ ନାମରେ ଜମି ହସ୍ତାନ୍ତର କରାଯାଇ ନଥିବାରୁ ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ଅଭିଯୋଗ କରିଛି। ରାଜ୍ୟ ସରକାର ଆଇଆଇଏମ୍ ନାମରେ ଥିବା ଜମିକୁ ଦୀର୍ଘସୂତ୍ରୀ ଲିଜ୍ ଆକାରରେ ଯୋଗାଇ ଦେବାକୁ ରାଜି ଥିବାବେଳେ ଗତ ଜୁନ ୨୨ରେ ରାଜ୍ୟ କ୍ୟାବିନେଟ ଆଇଆଇଏମ ପାଇଁ ୧୮୧.୭୭ ଏକର ଜମି ମଞ୍ଜୁର କରିଥିବା ଜଣାପଡିଛି। ୨୦୧୫ ସେପ୍ଟେମ୍ବର ୨୩ରେ ରାଜସ୍ୱ ବିଭାଗ ପକ୍ଷରୁ ଆଇଆଇଏମ ସମ୍ବଲପୁର ପାଇଁ ବସନ୍ତପୁର ମୌଜାର ୨୦୦ ଏକର ଜମି ହସ୍ତାନ୍ତର କରାଗଲା ବୋଲି ଘୋଷଣା କରାଯିବା ସହ ତକ୍ରାଳୀନ ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା ଇନ୍ଦୋର ନିର୍ଦ୍ଦେଶକଙ୍କୁ ଜମି ହସ୍ତାନ୍ତର କରାଯାଇଥିବା ଗଣମାଧ୍ୟମକୁ କହିଥିଲେ। ଉପରୋକ୍ତ ଘଟଣାକ୍ରମ ଯୋଗୁଁ ଆଇଆଇଏମ୍ ସମ୍ବଲପୁର ନାମରେ ଜମି ହସ୍ତାନ୍ତରକୁ ନେଇ ବାରମ୍ବାର ବିବାଦ ସୃଷ୍ଟି ହେଉଛି ବୋଲି ମଞ୍ଚ ଅଭିଯୋଗ କରିଛି। ରାଜ୍ୟ ସରକାର ଆଇଆଇଏମ୍ ପାଇଁ ସ୍ଥାୟୀ ପଟ୍ଟା ସହ ତୁରନ୍ତ ଜମି ହସ୍ତାନ୍ତର କରିବାକୁ ମଞ୍ଚ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି। ମଞ୍ଚର ସୂଚନା ଅନୁଯାୟୀ କେନ୍ଦ୍ର କ୍ୟାବିନେଟ ଦେଶର ନୂଆ ୭ଟି ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ ପାଇଁ ୩୭୭୫.୪୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରୁ ସମ୍ବଲପୁର ପାଇଁ ୪୦୧.୯୪ କୋଟି ଟଙ୍କା ଅନୁମୋଦନ ହୋଇଛି। ଏଥିସହିତ ସମସ୍ତ ୭ଟି ସ୍ଥାୟୀ କ୍ୟାମ୍ପସ ଆସନ୍ତା ଜୁନ ୨୦୨୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରାଯାଇଛି। ଅନ୍ୟ ରାଜ୍ୟରେ ଆଇଆଇଏମ୍ ପାଇଁ ରାଜ୍ୟ ସରକାର ସ୍ଥାୟୀ ପଟ୍ଟା ସହ ଜମି ହସ୍ତାନ୍ତର କରିସାରିଥିବାରୁ ସମ୍ବଲପୁର ଆଇଆଇଏମ୍ ପାଇଁ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରନ୍ତୁ ବୋଲି ମଞ୍ଚ ଦାବି କରିଛି। ଦାବିପତ୍ର ପ୍ରଦାନ ବେଳେ ମଞ୍ଚର ଆବାହକ ଭବାନୀ ଶଙ୍କର ଭୋଇ, କାର୍ଯ୍ୟକ୍ରମ ସଂଯୋଜକ ସମୀର ରଞ୍ଜନ ବାବୁ, ସଂଯୋଜକ ମାନସ ରଞ୍ଜନ ବକ୍ସି, ସମ୍ବଲପୁର ସଂଯୋଜକ ଶାଶ୍ୱତ ପଣ୍ଡା, ଦେବାଶିଷ ବେହେରା, ମୋନୁ ଶର୍ମା, ଚନ୍ଦ୍ରଶେଖର ନାୟକ, କାମେଶ ବାଗ, ଅରୁଣ ଦାସ, ଶିବାଶିଷ ବେବର୍ତ୍ତା, କୃଷ୍ଣ ଚନ୍ଦ୍ର ଦାସ, ସୁବ୍ରତ ପଧାନ, ଆଲୋକ ବହିଦାର, ଗୁଣ ବିଶ୍ୱାଳ, ଚୈତନ୍ୟ ନାୟକ, ରାହୁଲ ମୋଦକ, ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top