ଆଂଚଳିକ ପରିବହନ ଅଧିକାରୀଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା ୬/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଯାଜପୁରର ଭାରପ୍ରାପ୍ତ ଆଂଚଳିକ ପରିବହନ ଅଧିକାରୀ ମନୋଜ ବେହେରାଙ୍କର ଏକ ସଡକ ଦୁର୍ଘଟଣାରେ ସୋମବାର ଅକାଳ ବିୟୋଗ ହୋଇଯାଇଛି। ସୂର୍ଗତ ବେହେରାଙ୍କ ବିୟୋଗରେ ଆଜି କେନ୍ଦ୍ରାପଡା ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁ୍୍୍ଷ୍ଠିତ ହୋଇଥିଲା। ଏହି ସ୍ମୃତି ସଭାରେ ସହକାରୀ ଆଂଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ମହାପାତ୍ର, କନିଷ୍ଠ ମୋଟର ଯାନ ନୀରିକ୍ଷକ ପଦ୍ମଜା ମହାନ୍ତି, ନିର୍ମଳ କୁମାର ଦାସ, କମଳ ଲୋଚନ ଦାସଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରଥମେ ସ୍ୱର୍ଗତ ବେହେରେଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *