ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ମାନଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅନୁରୋଧ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ ସୁମନ କୁମାର ସାହୁଙ୍କର ପିଟିସନ ପାଇବା ପରେ ଏହି ଆଧାରରେ କଲେ ଅନୁରୋଧ
ନୂଆଦିଲ୍ଲୀ / ଭୁବନେଶ୍ୱର, ୧୪ ସେପ୍ଟେମ୍ବର (ଓଡ଼ିଆ ପୁଅ)- ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ମାନଙ୍କର ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନସନ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅବସର ପ୍ରାପ୍ତ କର୍ମଚାରୀ ସୁମନ କୁମାର ସାହୁଙ୍କର ପିଟିସନ ପାଇବା ପରେ ଏହି ଆଧାରରେ ଶ୍ରୀ ପ୍ରଧାନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ପତ୍ର ଲେଖି ଉପରୋକ୍ତ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତିଯେ ଶ୍ରୀ ସାହୁଙ୍କ ପିଟିସନରେ ଉଲ୍ଲେଖ ରହିଛି ଯେ ଗ୍ରାମ୍ୟ ବ୍ୟାଙ୍କର କର୍ମଚାରୀ ମାନଙ୍କୁ ସମସ୍ତ ବେତନ, ଭତା ଓ ଅନ୍ୟାନ୍ୟ ସୁବିଧା ବାଣିଜ୍ୟିକ ବ୍ୟାଙ୍କ ମାନଙ୍କ ପରି ଦେବାକୁ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ ୧୯୯୧ ମସିହାରୁ କାର୍ଯ୍ୟକାରୀ କରା ଯାଉଛି। ତେବେ ପେନସନ ସମ୍ପର୍କିତ ସୁବିଧାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ୨୦୧୧ ମସିହାରେ ରାଜସ୍ଥାନର ଜୋଧପୁର ଖଣ୍ଡପୀଠ ଓ କର୍ଣାଟକ ହାଇକୋର୍ଟ ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ମାନଙ୍କର କର୍ମଚାରୀ ମାନଙ୍କର ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୁପ୍ରିମ କୋର୍ଟରେ ମଧ୍ୟ ଏକ ରିଟ ପିଟିସନ ଦାଖଲ ହୋଇଛି। ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ମାନଙ୍କର ଅବସର ପ୍ରାପ୍ତ କର୍ମଚାରୀ ମାନେ ପେନସନ ସ୍କିମ କାର୍ଯ୍ୟକାରୀ କରିବା ସମ୍ପର୍କରେ ସକାରାତ୍ମକ ପ୍ରତିକ୍ରିୟା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷାରେ ଅଛନ୍ତି।

ତେଣୁ ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ମାନଙ୍କର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କର ଏହି ଅନୁରୋଧକୁ ସହୃଦୟତାର ସହ ବିଚାର କରିବାକୁ ଶ୍ରୀ ପ୍ରଧାନ ଶ୍ରୀ ଜେଟଲୀଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *