ଆଂଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଏନ୍.ଟି.ପି.ସି କଣିହାଁ ପରିଦର୍ଶନ 

ତାଳଚେର, ୬/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ଇଷ୍ଟର୍ଣ୍ଣ ରିଜିଅନ-୨ର ଆଂଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍.ପି.ସିହ୍ନା ଗତ ୪ତାରିଖରେ ଏନ୍.ଟି.ପି.ସି.ର ତାଳଚେର କଣିହାଁ ସ୍ଥିତ ୨ୟ ବୃହତ ତାପଜ ବିଦୁ୍ୟ୍ତ କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ପ୍ରକଳ୍ପର ଜିଏମ୍(ଓ ଆଣ୍ଡ ଏମ୍) ତଥା ଇନ୍ ଚାର୍ଜ ଏ.କେ.ତ୍ରିପାଠୀ ଏବଂ ବରିଷ୍ଠ ପଦାଧିକାରୀ ଶ୍ରୀ ସିହ୍ନାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଦିନିକିଆ ପରିଦର୍ଶନ କାଳରେ ଶ୍ରୀ ସିହ୍ନା ୟୁନିଟ-୩ ବଏଲର, ଷ୍ଟେଜ୍-୨ କଂଟ୍ରୋଲ ରୁମ୍, ସିଏଚପି କଂଟ୍ରୋଲ ରୁମ୍, ୟୁନିଟ୍-୫ ଓଭର ହାଉଲିଙ୍ଗ୍ ବଏଲର, ଟରବାଇନ୍, ଇଏସପି(ଆର୍ ଆଣ୍ଡ୍ ଏମ୍) ଏବଂ ପାୱାର ଷ୍ଟେସନର ସିଡବ୍ଲ୍ୟୁ ଚାନେଲକୁ ବୁଲି ଦେଖିଥିଲେ। ପରେପରେ ସେ ପ୍ରକଳ୍ପର ବରିଷ୍ଠ ପଦାଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକର ଯୋଗଦାନ କରି ଏହି ତାପଜ ବିଦ୍ୟୁତ କେନ୍ଦ୍ର କାର୍ଯ୍ୟକାରିତା ସମ୍ପର୍କରେ ନିଜର ମତାମତ ପ୍ରଦାନ କରିଥିଲେ। ଏତଦ୍ ବ୍ୟତୀତ ସେ ମଧ୍ୟ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *