ଓଡ଼ିଶା

ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ ପାଟଣା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

ପାଟଣା,ତା୧୦/୦୯(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପାଟଣା ମୂଖାଳୟ ଠାରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଏଆସିସି ପକ୍ଷରୁ ସାରା ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ପାଟଣା କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିବା ସହ ପିକେଟିଂ କରିଛନ୍ତି । ପାଟଣା ୨୩ନମ୍ବର ଜୋନ ସଭାପତି ଗୌତମ ମହାନ୍ତ , ଦଳୀୟ ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ , ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷଣ ଦାଶ , ଆଦିବାସୀ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌରହରି ନାଏକ , ଆଦିବାସୀ ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ନାୟକ , ବୁଲୁ ଭଞ୍ଜ , ବାବୁଲା ନାଏକ , ଭଗିଆ ଦାଶ ପ୍ରମୁଖ ଙ୍କ ନେତୃତ୍ୱରେ ବ୍ଲକ ମୂଖ୍ୟାଳୟ ଠାରେ ବନ୍ଦ ପାଳନ କରାଯାଇଥିଲା । ଏହାର ପ୍ରଭାବରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । ଫଳରେ ରାସ୍ତାରେ ଶହଶହ ଗାଡି ମୋଟର ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଛି । ତୈଳଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ବିଭିନ୍ନ ସ୍ଲୋଗାନ ମାନ ଦେଇ କଂଗ୍ରେସ କର୍ମୀ ମାନେ ପ୍ରତିବାଦ ଜଣାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top