ଜିଲ୍ଲା ପରିକ୍ରମା

ଅସ୍ୱାସ୍ଥ୍ୟକର ପରିବେଶରେ ନଳକୂପ, ପୁନରୁଦ୍ଧାର ଦାବି

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ନଳକୂପଟି ଥିବାରୁ ଏହାକୁ ସ୍ଥାନୀୟ ଲୋକେ ବ୍ୟବହାର କରୁନାହାନ୍ତି। ରାମେଶ୍ୱର ମନ୍ଦିର ପାଶ୍ୱର୍ରେ ନିର୍ମିତ ଏହି ନଳକୂର ପ୍ଲାଟ୍ଫର୍ମ ନିର୍ମାଣ କରିବା ଲାଗି ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ଏହି ଜିଲାର ବନ୍ତ ବ୍ଲକ ଅଧୀନ ରମେଶ୍ୱର ମନ୍ଦିର ପାଶ୍ୱର୍ରେ ଗତ କିଛିବର୍ଷ ପୂର୍ବେ ନଳକୂପଟି ସ୍ଥାପିତ ହୋଇଥିଲା। ହେଲେ ଏହାର ଜଳ ନିଷ୍କାସନ ସୁବ୍ୟବସ୍ଥା ନଥିବାରୁ ବର୍ଷା ଋତୁରେ ନଳକୂଟି ଦୂଷିତ ପାଣିରେ ବୁଡି ରହୁଛି। ଫଳରେ ଦିନ ଦିନ ଧରି ନଳକୂଟି ବ୍ୟବହାର ଅନୁ ଯୋଗୀ ହୋଇ ନଷ୍ଟ ହେବାକୁ ବସିଛି। ଏହା ମୂଳରେ ପାଣି ଜମି ରହୁଥିବାରୁ ଏହି ଅଞ୍ଚଳରେ ଝାଡାବାନ୍ତି, ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ବ୍ୟାପିବା ଆଶଙ୍କାରେ ସ୍ଥାନୀୟ ଲୋକେ ଏହି ନଳକୂପର ପାଣି ବ୍ୟବହାର କରୁନାହାନ୍ତି। ଏହାର ପ୍ଲାଟଫର୍ମ ରାସ୍ତାଠାରୁ ବହୁ ନିମ୍ନରେ ତିଆରି କରାଯାଇଥିବାରୁ ଏହା ମୂଳରେ ଅସନା ଜଳ ଜମି ବ୍ୟବହାର ଅନୁପଯୋଗୀ ହୋଇପଡିଛି। ପ୍ରଶାସନ ତରଫରୁ ଅତି କମ୍ରେ ନଳକୂର ମରାମତି ସହ ଜଳ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଉନି। ବିଭାଗୀୟ ଅଧିକାରୀଙ୍କର ଏଥିପ୍ରତି ଦୃଷ୍ଟି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ତୁରନ୍ତ ଏହି ନଳକୂର ପ୍ଲାଟଫର୍ମ ଅଧିକ ଉଚ୍ଚ କରି ଏହାକୁ ବ୍ୟବହାର ଉପଯୋଗୀ କରିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top