ଅସ୍ତ୍ରୋପଚାର ହୋଇ ୨୩ଦିନର ଚିକିତ୍ସାପରେ ଜନ୍ମଗତ ପାଦବିକୃତ ପିଲା ଫେରିଲେ ଘରକୁ

କେନ୍ଦ୍ରାପଡା ୬/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଜିଲ୍ଲା ପ୍ରସାଶନ, ସ୍ୱାସ୍ଥ୍ୟ ବିଭାଗ, ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୨ଜଣ ପିଲାଙ୍କର ୪୧ଟି ଜନ୍ମଗତ ପାଦ ବିକୃତ ଅସ୍ତ୍ରୋପଚାର ଜାନୁଆରିମାସ ୯ ଓ ୧୦ ତାରିଖରେ କରାଯାଇଥିଲା। ସେହି ପିଲାମାନଙ୍କୁ ୨୩ ଦିନର ଚିକିତ୍ସା ପରେ ସେମାନଙ୍କ ଘରକୁ ଜିଲ୍ଲା ପ୍ରସାଶନ ପକ୍ଷରୁ ପଠାଇ ଦିଆଯାଇଛି। ରବିବାର ଦିନ ଦ୍ୱିତୀୟଥର ଅନୁଷ୍ଠିତ ଶିବିରରେ ଓଲଟପୁରର ଏସ.ଭି.ନିରତାରର ବିଶେଷଜ୍ଞ, ଫୁଲବାଣୀ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ଅଧିକାରୀ ଅକ୍ଷୟ କୁମାର ପଣ୍ଡାଙ୍କ ଦ୍ୱାରା ସେମାନଙ୍କ ପ୍ଲାଷ୍ଟର ଖୋଲାଯାଇ ଯୋତାମାପ ନିଆଯିବା ପରେ ପୁନର୍ବାର ଅସ୍ତ୍ରୋପଚାର ହୋଇଥିବା ଗୋଡକୁ ପ୍ଲାଷ୍ଟର କରାଯାଇଥିଲା। ପ୍ରତ୍ୟେକ ଅସ୍ତ୍ରୋପଚାର ହୋଇଥିବା ପିଲାମାନଙ୍କୁ ଜିଲ୍ଲା ସାମାଜିକ ସରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବ୍ୟବହାରିକ ବ୍ୟାଗକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଅନୁସାଶନ ସଚିବ ଅମ୍ବିକା ପ୍ରସାଦ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବୈଷ୍ଣବ ଚରଣ ସାହୁ, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସନ୍ତୋଷ କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରମୁଖ ପ୍ରଦାନ କରିଥିଲେ। କୋରୁଆ ପଲ୍ଲିଶ୍ରୀ ମହିଳା ସମିତି ପକ୍ଷରୁ ଶ୍ରୀକାନ୍ତ କୁମାର ନାୟକ ଏହି ପିଲାମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ। ଏହି ପିଲାମାନେ ୪୫ଦିନ ପରେ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକତ୍ରିତ ହେବେ ଓ ସେମାନଙ୍କ ପ୍ଲାଷ୍ଟର ଖୋଲାଯାଇ ସେମାନଙ୍କୁ ଯୋତା ପ୍ରଦାନ କରାଯିବ ବୋଲି କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ଜିଲ୍ଲା ସାମାଜିକ ସରକ୍ଷା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ପ୍ରଥମ ଥର ପାଇଁ ଜିଲ୍ଲାପାଳ ରଘୁଜୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରାଯାଇଥିଲା।

Leave a Reply

Your email address will not be published. Required fields are marked *