ଓଡ଼ିଶା

ଅସୁସ୍ଥ ଯୁବତୀକୁ ଖଟିଆ ଓ ଟ୍ରଲିରେ ଆଣିଲେ ଲୋକ, ବାଟରେ ମୃତ୍ୟୁ

ଖଇରା/ ବାଲେଶ୍ୱର, ୯/୧/୨୦୧୮ (ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) ସରକାର ୧୦୮ ଆମ୍ବୁଲାନସର ସେବାକୁ ଯେତେ ପହଞ୍ଚ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାହା ଅପହଞ୍ଚ ହୋଇଯାଇଛି। ଏ ପରି ଏକ ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକ ଗଡପୋଖରି ପଞ୍ଚାୟତ ପାରିଖମା ଗାଁରେ। ଆଜି ସକାଳେ ରଘୁନାଥ ବିଶ୍ୱାଳଙ୍କ ଝିଅ ସବିତା ଭାଉଜଙ୍କ ସହିତ ବଡି ବିଛାଉଥିଲେ। ହଠାତ ସେ ଅସୁସ୍ଥ ହେବା ସହିତ ତଳେ ପଡିଯାଇ ଚେତାଶୁନ୍ୟ ହୋଇଯାଇଥିଲେ।। ପଡୋଶୀମାନେ ତୁରନ୍ତ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ ହେଲେ ଖଇରାରେ ୧୦୮ ଆମ୍ବୁଲାନସ ନ ଥିବାରୁ ପରିବାରଲୋକ ସବିତାର ଅବସ୍ଥା ଦେଖି ବ୍ୟସ୍ତ ହୋଇ ପଡିଥିଲେ। ପଡୋଶୀମାନେ ଅନ୍ୟ ଉପାୟ ନପାଇ ଖଟିଆରେ ଓ ପରେ ଟ୍ରଲି ଯୋଗାଡ କରି ୧.୫କି ମି ରାସ୍ତାରେ ଆଣିଥିଲେ।ଖବର ପାଇ ଔପଦା ଆମ୍ବୁଲାନସ ପହଞ୍ଚି ସୁନ୍ଦର ପୁର ଠାରୁ ଟ୍ରଲିରୁ ଆଣି ଖଇରା ମେଡିକାଲରେ ପହଞ୍ଚାଇ ଥିଲେ। ସବିତାର ଅବସ୍ଥା ଗୁରୁତ୍ୱର ଥିବାରୁ ସୋରରୁ ଡାକ୍ତରଙ୍କ ପରାମର୍ଶ ଅନୁଯାଇ କଟକକୁ ନେଉଥିଲାବେଳେ ରାସ୍ତାରେ ହିଁ ମୃତ୍ୟୁ ଘଟିଥିଲା। ସବିତାର ଅକାଳ ମୃତ୍ୟୁ ଘଟିବା ଯୋଗୁଁ ଶୋକର ଛାୟା ଖେଳିଯାଇଥିବା ବେଳେ ଆମ୍ବୁଲାନ୍ସବିଳମ୍ବନେଇ ଏପରି ଅଘଟଣ ଘଟିଲା ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top