ଅସୁସ୍ଥ ଅବସ୍ତାରେ ହରିଣ ଉଦ୍ଧାର କଲେ ଗ୍ରାମବାସୀ, ବନବିଭାଗ ଜରିଆରେ ଜଙ୍ଗଲରେ ଛାଡିଲେ

ହରିଚନ୍ଦନପୁର,ତା୦୩.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ନରଣପୁର ବନବିଭାଗ ଅଧିନସ୍ଥ ଜଙ୍ଘିରା ନିକଟସ୍ଥ ଭଗାମୁଣ୍ଡା ସିନ୍ଦିରାକନ୍ଦା ନାଳ ଦେଇ ଅସୁସ୍ଥ ଅବସ୍ଥାରେ ଏକ ହରିଣ ଗ୍ରାମଭିତରକୁ ପଶିଥିଲା ଓ ଗ୍ରାମ ନିକଟରେ ଥିବା ଗଛମୂଳରେ ଅଚେତ ଅବସ୍ଥାରେ ଶୋଇପଡିଥିଲା । ନାଳରେ ଗାଧେଉଥିବା ଅବସ୍ଥାରେ ଭଗାମୁଣ୍ଡା ଗ୍ରାମର କିଛି ଲୋକ ଅସୁସ୍ଥ ଅବସ୍ଥାରେ ହରିଣଟିକୁ ଦେଖି ନରଣପୁର ବନବିଭାଗକୁ ଫୋନ ଯୋଗେ ଜଣାଇଥିଲେ । ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣଟିର ସ୍ୱାସ୍ଥ୍ୟ ଅବସ୍ଥା ଠିକ କରିବା ପରେ ଗ୍ରାମବାସୀଙ୍କ ସହ ମିଶି ହରିଣଟିକୁ ସିନ୍ଦିକନ୍ଦା ଜଙ୍ଗଲରେ ଛାଡି ଦେଇଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *