ଅସୁରକ୍ଷିତ ହେଉଛି ଚଂପୁଆ ବଜାର… ବାଇପାସ୍ ନିର୍ମାଣ ଦାବୀ

ଚଂପୁଆ ୨୫ ମଇ (ରଂଜନ ପ୍ରଧାନ /ଓଡ଼ିଆ ପୁଅ )ଦୈନିକ ଚଂପୁଆ ବଜାର ମଧ୍ୟ ଦେଇ ଝାଡଖଣ୍ଡ କୁ ଶତାଧିକ ଭାରି ଯାନ ଚଳାଚଳ ପାଇଁ ଅସୁରକ୍ଷିତ ହୋଇ ପଡୁଛି ଚଂପୁଆ ବଜାର। ଉପଖଣ୍ଡର ସବୁଆଡ଼େ ନୋଏଣ୍ଟ୍ରୀ ନିୟମ ଲାଗୁ ହୋଇଥିବା ବେଳେ ଚଂପୁଆ ବଜାରରେ ଏହାର କୌଣସି ପ୍ରଭାବ ନଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଚଂପୁଆ ବଜାର ଉପରେ ଏକ ଡଜନରୁ ଅଧିକ ସ୍କୁଲ ଏକାଧିକ ଅଫିସ ରହିବା ଯୋଗୁଁ ଦୈନିକ ଏହି ବଜାର ଗହଳି ହୋଇଥାଏ। ଦିନକୁଦିନ ଚଂପୁଆ ବଜାରରେ ଉଠା ଦୋକାନୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବଜାର ସଂକୁଚିତ ହେଉଥିବା ବେଳେ ବେଧଡକ ଭାରି ଯାନ ଚଳାଚଳ ଚଂପୁଆ ର ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ଥିବାବେଳେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସାଧାରଣରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *