ଓଡ଼ିଶା

ଅସାବଧାନତା ଯୋଗୁଁ ଉଚ୍ଚ ଶକ୍ତି ସଂସ୍ପର୍ଶରେ ଆସି ଯୁବକର ମୃତୁ୍ୟ

ଯୋଡା – ୧୪/୮ : (ଓଡିଆ ପୁଅ / ମଙ୍ଗଳବାର) ମଙ୍ଗଳବାର ଅସାବଧାନତା ଯୋଗୁଁ ପୂର୍ବତଟ ରେଳ ଲାଇନ ଉପରେ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦୁ୍ୟତ୍ ଲାଇନ ମରାମତି କରିବାକୁଯାଇ ଏହା ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତୁ୍ୟ ଘଟିଥିବା ଜଣାପଡିଛି । ଯୁବକର ନାମ ସଞ୍ଜୟ କୁମାର (୨୭) ଘର ଉତ୍ତର ପ୍ରଦେଶ ଗାଜିପୁରର କୁସୁମଗୁଡି ବୋଲି ରେଳ ବିଭାଗ ସୂଚନା ଦେଇଛି । ସେ ପୂର୍ବତଟ ରେଳ ବିଭାଗରେ ବିଜୁଳି ମରାମତି ହେଲଫର ଭାବେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କ ସୁପରଭାଇଜର ଓଁକାରନାଥ କୁଶବାହାଙ୍କ ନିଦେ୍ର୍ଦଶ କ୍ରମେ ସେ ଟାୱାର ୱାଗନର ନେଇ ବାଂଶପାଣୀ-ଜୁରୁଡି ରେଳ ଲାଇନ ଉପରେ ଯାଇଥିବା ୨୫ ହଜାର ଭୋଲ୍ଟ ବିଶିଷ୍ଟ ମୁଖ୍ୟ ଲାଇନକୁ ମରାମତି କରିବାକୁ ଯାଇଥିଲେ । ତେବେ ଏହି ଲାଇନ ମରାମତି ସମୟରେ ଏକ ଡିସଚାର୍ଜ ରଡ ଗ୍ରାଉଣ୍ଡ କରାଯାଇଥାଏ । ଇଲେକ୍ଟ୍ରିସିଆନ ନଥିବା ବେଳେ ତାଙ୍କୁ ସୁପରଭାଇଜର ଏହି ମରାମତି କାର୍ଯ୍ୟଟି କରି ଜ୍ଞାନ କୌଶଳ ଆହରଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ତେବେ ତାଙ୍କର ଅନଭିଜ୍ଞତା ଯୋଗୁଁ ଗ୍ରାଉଣ୍ଡ କରାଯାଇନଥିବା ବେଳେ ଚାଲୁ ଲାଇନରେ ହାତ ମାରିବା କ୍ଷଣୀ ସେ ହଠାତ୍ ଜଳି ଯାଇଥିଲେ । ପରେ ତାଙ୍କୁ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ରେଳ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ସୁପରଭାଇଜର ଓଁକାରନାଥଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top