ଓଡ଼ିଶା

ଅସାଧୁ ଖଣି ମାଫିଆଙ୍କ ଠାରୁ ଜରିମନା ଆଦାୟ ପ୍ରସଙ୍ଗ: ରାଜ୍ୟ ସରକାର ଓ ଖଣି ମାଫିଆଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା : ବିଜେପି

– କେବଳ ୮ ହଜାର କୋଟି ଟଙ୍କା ଆଦାୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ଭୁବନେଶ୍ୱର, ତା୦୩/୦୩ (ଓଡ଼ିଆ ପୁଅ) : ସୁର୍ପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଖଣି ମାଫିଆମାନଙ୍କ ଠାରୁ ଡିସେମ୍ବର ୩୧ ତାରିଖ ଭିତରେ ୬୨ ହଜାର କୋଟି ଟଙ୍କା ଆଦାୟ କରିବା ନିର୍ଦ୍ଦେଶ ଦେଇଥିଲେ। ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେବା ପରେ ରାଜ୍ୟ ସରକାର ଆସାଧୁ ଖଣିଲିଜ ଧାରୀଙ୍କୁ ଗଳା ବାଟ ଦେଖାଇଛନ୍ତି। ରାଜ୍ୟସରକାର ଚଂଚକତା କରି ୬୦ ହଜାର କୋଟି ଆଦାୟ କରିବା ପାଇଁ ଅସାଧୁ ଖଣି ଲିଜ୍ ଧାରି ମାନଙ୍କୁ ନୋଟିସ କରିଥିଲେ ମଧ୍ୟ ଏବେ ସେମାନଙ୍କ ଠାରୁ କେବଳ ୮ ହଜାର କୋଟି ଟଙ୍କା ଆଦାୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଅସାଧୁ ଖଣି ଲିଜ୍ ଧାରୀମାନଙ୍କଠାରୁ କେବଳ ୮ ହଜାର କୋଟି ଟଙ୍କା ଆଦାୟ କରିବାରୁ ସ୍ପଷ୍ଟ ଜଣା ପଡୁଛି କିଭଳି ଭାବରେ ରାଜ୍ୟ ସରକାର ଓ ଖଣିମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। କାହା ସ୍ୱାର୍ଥରେ କେବଳ ୮ ହଜାର ଟଙ୍କା ଆଦାୟ କରାଗଲା ତାହା ରାଜ୍ୟ ସରକାର ଓ ଖଣି ମନ୍ତ୍ରୀ ଓଡିଶାବାସୀଙ୍କ ଆଗରେ ଉତର ରଖିବେ କି। ଯଦି ୧ ହଜାର ଗ୍ରାମ ଉନ୍ନତି ପାଇଁ ଏହି ଅର୍ଥକୁ ଲାଗାଯିବ ବୋଲି ମନ୍ତ୍ରୀ କହୁଛନ୍ତି ତେବେ ମାନ୍ୟବର ସୁର୍ପ୍ରିମକୋର୍ଟଙ୍କ ରାୟ ଅନୁସାରେ ସତପ୍ରତିଶତ ଅର୍ଥ ଆଦାୟକରି ଏହାକୁ କଣପାଇଁ ଆଦିବାସୀମାନଙ୍କ କଲ୍ୟାଣରେ ଲଗାଯିବ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top