ଅସାଧୁ କାରବାରର କେନ୍ଦ୍ରବିନ୍ଦୁ ପାଲଟିଛି ଟିଟିଲାଗଡ ରେଳ ଜଙ୍କ୍ସନ: ଜାଲ ନୋଟ ଜବତ ସହ ଜଣେ ଗିରଫ

ଟିଟିଲାଗଡ ୨୭-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ରେଳ ଜଙ୍କ୍ସନ ହୋଇ ଥିବା ଭାରତର ସବୁ ସ୍ଥାନକୁ ଗମନା ଗମନର ସୁବିଧା ଥିବାର ସୁଯୋଗ ନେଇ ନା ନା ପ୍ରକାରର ବେଆଇନ କାରବାରର କେନ୍ଦ୍ର ବିନ୍ଦୁ ପାଲଟିଛି। ଆଜି ଏହି ଷ୍ଟେସନରେ ଚାରି ଲକ୍ଷ ଆଠ ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଥିବା ବେଳେ ଜଣେ ଯବାନଙ୍କୁ ଛୁରା ମାଡ଼ ହୋଇଥିବା ଜଣା ପଡ଼ିଛି। ରାଜ୍ୟରେ ବେଧଡକ ଜାଲ ନୋଟ କାରବାରର ରାକେଟ ଚାଲିଥିବା ବେଳେ ଏହି ଲକ୍ଷାଧିକ ଟଙ୍କା ଜବତ ହୋଇଛି। ଏହି ନକଲି ନୋଟ ନେଇ ଯାଉଥିବା ଭଟ୍ଲି ଅଂଚଳର ରାମଚନ୍ଦ୍ର ଭୋଇ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଟ୍ରେନରେ ଜଣେ ଯବାନଙ୍କୁ ଛୁରା ମାଡ଼ ହୋଇଛି ଏବଂ ତାଙ୍କୁ ଟିଟିଲାଗଡ ଡାକ୍ତରଖାନାରେ ଗୁରୁତର ଭାବେ ଭର୍ତି କରାଯାଇଛି। ସେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି। ଏହି ରେଳ ଷ୍ଟେସନ ଦେଇ ବାରମ୍ବାର ବିଭିନ୍ନ ନିଶା ଦ୍ରବ୍ୟ ଓ ଗଂଜେଇ ଚୋରା ଚାଲାଣ ଘଟଣା ମାନ ଘଟିବା ଓ ଏଠାକାର କେତେକ ଅସାଧୁ ପୋଲିସ ଅଧିକାରୀ ଗଞ୍ଜେଇ ବିପୁଳ ଆକାରରେ ଜବତ କରି କୌଣସି ମାମଲା ଦାୟର ନ କରି ଉକ୍ତ ଷ୍ଟେସନର ଜଣେ ସାଇକଲ ଓ ଗାଡି ଷ୍ଟାଂଡ ଚଳାଉଥିବା ବ୍ୟକ୍ତିଙ୍କୁ ମାଧ୍ୟମ କରି ବେଶ ମାଲାମାଲ ହେବା ବାରମ୍ବାର ଅଭିଯୋଗ ହେଉଛି। ସେହିପରି ଏହି ନକଲି ନୋଟ କାରବାରର ବିଧିବଦ୍ଧ ତଦନ୍ତ ହେଲେ ଅନେକ ରହସ୍ୟ ପଦାକୁ ଆସିବ ବୋଲି ଦାବି ହେଉଛି। ଗତ ମାସ ଏଗାର ତାରିଖରେ ଏହିପରି ଏକ ନକଲି ନୋଟ ବ୍ୟାଗ ସହ ଜଣେ ମହିଳା ଓ ଜଣେ ଯୁବକକୁ ଗିରଫ କରି କିଛି ସମୟ ଅଟକ ରଖି ଛାଡିଦିଆ ଯାଇଥିଲା. କୌଣସି ମାମଲା ଦାୟର କରା ଯାଇ ନ ଥିବା ଜଣାପଡ଼ିଛି।

ଅସାଧୁ କାରବାରର କେନ୍ଦ୍ରବିନ୍ଦୁ ପାଲଟିଛି ଟିଟିଲାଗଡ ରେଳ ଜଙ୍କ୍ସନ: ଜାଲ ନୋଟ ଜବତ ସହ ଜଣେ ଗିରଫ

ଅସାଧୁ କାରବାରର କେନ୍ଦ୍ରବିନ୍ଦୁ ପାଲଟିଛି ଟିଟିଲାଗଡ ରେଳ ଜଙ୍କ୍ସନ: ଜାଲ ନୋଟ ଜବତ ସହ ଜଣେ ଗିରଫ

Posted by ODIA PUA on Wednesday, 27 June 2018

Leave a Reply

Your email address will not be published. Required fields are marked *