ଗଜପତି

ଅସହ୍ୟ ଖରା ଓ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଜନଜୀବନ ଅଶାନ୍ତ

ପାରଳାଖେମୁଣ୍ଡି,୨୧ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଗତ କିଛି ଦିନ ହେବ ତାପମାତ୍ରା ହଠାତ ବୁଦ୍ଧି ପାଇବା ସହ ଖରା ତାତି ଯୋଗୁଁ ଜନଜୀବନ ସମ୍ପୁର୍ଣ୍ଣ ଭାବେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । କାର୍ଯ୍ୟାଳୟଗୁଡିକ ସକାଳୁଆ ହୋଇଥିଲେ ମଧ୍ୟ ସକାଳ ୮ଘ. ସମୟରୁ ହିଁ ଖରାର ପ୍ରଭାବ ଦେଖିବାକୁ ମିଳୁଛି । ମଧ୍ୟାହ୍ନ ୧୨ଘ. ସମୟରେ ସହରର ସମସ୍ତ ମୁଖ୍ୟ ରାସ୍ତାଗୁଡିକ ଶୁନଶାନ ହୋଇପଡୁଥିବାର ଦେଖାଯାଉଛି । ଯେଉଁ କିଛି ବ୍ୟକ୍ତି ରାସ୍ତାରେ ଯିବା ଆସିବା କରୁଛନ୍ତି ଛତା, ଟୋପି ବା ମୁଣ୍ଡରେ ଓଦା କନା ବାନ୍ଧି ଯିବାଆସିବା କରୁଥିବାର ଦେଖାଯାଉଛି । ଦିନତମାମ ଦୋକାନ ବଜାରଗୁଡିକ ପ୍ରାୟତଃ ଶୁନଶାନ ରହୁଥିବା ବେଳେ ମୃଦୁପାନୀୟ ଦୋକାନ, ଆଇସକ୍ରିମ ପାର୍ଲର, ଆଖୁ ରସ, ତରଭୁଜ ଇତ୍ୟାଦି ଦୋକାନ ଗୁଡିକରେ ଭିଡ ଦେଖିବାକୁ ମିଳୁଛି । ଖରାର ପ୍ରଭାବ ଏତେ ଅଧିକ ରହିଛି ଯେ ସନ୍ଧ୍ୟା ୬ଘ. ସମୟ ପରେ ରାସ୍ତା ଘାଟଗୁଡିକରେ ଲୋକମାନେ ଯିବାଆସିବା କରିବା ସହ ଅନ୍ୟାନ୍ୟ କାର୍ଯ୍ୟ ତୁଲାଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top