ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଖଇରା/ ବାଲେଶ୍ୱର ୦୪/୦୧ (ଓଡିଆ ପୁଅ/ନରେନ୍ଦ୍ର ବେହେରା)-ସାରକୋଣା ପଞ୍ଚାୟତରେ ଅସହାୟ ଓ ବୃଦ୍ଧ ବୃଦ୍ଧାଙ୍କୁ ସରପଞ୍ଚଙ୍କ ତରଫରୁ ୧୨୦ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ପଞ୍ଚାୟତର ଅମାରଗଢିଆ, ସୁଜାଗଡ, ଝିଙ୍କିରିଆ, କେନ୍ଦୁଭଦଳି, ସାରକୋଣା, ମୁକ୍ତାବେଗୁନିଆ ଓ କଣ୍ଡରାଗଢିଆ ଗ୍ରାମର ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ନୂତନ ଭାବେ ଗଠନ ହୋଇଥିବା ପଞ୍ଚାୟତର ସରପଞ୍ଚ ନିଳାଦ୍ରୀ ସାହୁ, ସମିତି ସଭ୍ୟ ଅନୁରାଧା ଶଙ୍ଖୁଆଙ୍କ ସମେତ ମଣିଭଦ୍ର ମହାନ୍ତି, ପ୍ରଦିପ କୁମାର ସାହୁ, ବିନୋଦ କୁମାର ଦାସ ଓ ନିଶାକାର ନାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳ ବାସୀ ଏଥିରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *