ଅସହାୟକୁ ଶୀତବସ୍ତ୍ର କମ୍ବଳ ବଣ୍ଟନ

ତିର୍ତ୍ତୋଲ, ୦୭/୧୨(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ସ୍ଥିତ ବଡ଼ବାଲିକଣି ଗ୍ରାମ ପଞ୍ଚାୟତରେ ସମାଜସେବୀ ବିଭୂତି ଭୂଷଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ବାଲିକଣି, ସାନ ବାଲିକଣି, ସରଳି, କାଳୀକୁଦ, ଚୌଧୁରୀକୁଦ, ଗ୍ରାମମାନଙ୍କରେ ଅସହାୟ ବୃଦ୍ଧ/ବୃଦ୍ଧାଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସମେତ ଗ୍ରାମରେ ଥିବା ଗୋପବନ୍ଧୁ ମେମୋରିଆଲ କ୍ଲବ ମଧ୍ୟ ସହଯୋଗର ହାତ ବଢ଼ାଇଥିଲା। ପ୍ରଥମ ପର୍ଯ୍ୟାୟରେ ୪୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ବଳବତ୍ତର ରହିବବୋଲି ସମାଜସେବୀ ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରକାଶ କରିଛନ୍ତି। କ୍ଲବର ସଭାପତି ପ୍ରଭାସ ପଟ୍ଟନାୟକ, ମହେନ୍ଦ୍ର ରାଉତ, ଶୁଭଜିତ ମହାନ୍ତି, ଜଗମୋହନ ପରିଡ଼ା, ସୁମିତି ମହାପାତ୍ର, ବିରଞ୍ଚି ନାରାୟଣ ପଟ୍ଟନାୟକ, ରଞ୍ଜିତ ମହାନ୍ତି, ଦିବ୍ୟାଜ୍ଞାନ ମହାନ୍ତି, ରମେଶ ରାଉତରାଏ, ଟୁଲୁ ପ୍ରସାଦ ମଲ୍ଲିକ, ଅଜିତ ପଟ୍ଟନାୟକ, ସ୍ୱାଧିନ ସୁବାସ ଚନ୍ଦ୍ର ମଲ୍ଲିକ, ବିଶ୍ୱ ରଞ୍ଜନ ଗିରି ଅନନ୍ତ ସାମନ୍ତରାଏଙ୍କ ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *