ଅସମ୍ପୂର୍ଣ୍ଣ ରାସ୍ତାରେ ଟୋଲ ଆଦାୟକୁ ବିରୋଧ କରି – ଢେଙ୍କିକାଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ

ଅସମ୍ପୂର୍ଣ୍ଣ ରାସ୍ତାରେ ଟୋଲ ଆଦାୟକୁ ବିରୋଧ କରି – ଢେଙ୍କିକାଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ

ଢେଙ୍କିକୋଟ, ତା୦୫/୦୧(ଓଡ଼ିଆ ପୁଅ/ବିରେନ୍ଦ୍ର କୁମାର/ଅଭିମନ୍ୟୁ)ଜାତୀୟ ରାଜପଥ ୪ଲେନ୍ କାମ ପୂର୍ଣ୍ଣାଙ୍ଗ ନକରି ଅସମ୍ପୂର୍ଣ୍ଣ ଅଧପନ୍ତରିଆ ରାସ୍ତାରେ ଢେ଼ଙ୍କିକୋଟ ସଂଲଗ୍ନ ଖଣ୍ଟଘର ଠାରେ ଟୋଲଗେଟ ସ୍ଥାପନ କରି ଟୋଲ ଫି ଆଦାୟ କରାଯିବା ଘଟଣାକୁ ବିରୋଧ କରି ଢେ଼ଙ୍କିକୋଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଗତ ଡିସେମ୍ବର୨୨ତାରିଖ ଠାରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଟୋଲଗେଟ୍ ନିକଟରେ ଧାରଣା ଦିଆଯାଇଥିବା ବେଳେ ଟୋଲ ଗେଟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବାରୁ ଟୋଳ୍ ଗେଟ୍ ଠାରୁ ୧କିମି ଦୂର ଫକିରଛକ ଠାରେ ଢେ଼ଙ୍କିକୋଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ହଜାର ହଜାର ବିକାଶ ପରିଷଦ ସମର୍ଥକ ସହ ଆଜି ଦିନ ପୂର୍ବାହ୍ନ ୧୧ଟା ସମୟରୁ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ଏକରକମ ଅର୍ଥନୈତିକ ଅବରୋଧ ସୃଷ୍ଟି ହୋଇଥିଲା । ଫଳରେ ହଜାର ହଜାର ଭାରିଯାନ ସହ ହାଲୁକା ଯାନ ରାସ୍ତାରେ ଅଟକି ରହିଥିଲା ।

ଅନ୍ୟୁନ ୫ହଜାର ସମର୍ଥକ ୨୦ନଂ ଜାତୀୟ ରାଜପଥରେ ବସି ରହି ଅବରୋଧ କରିଥିବା ବେଳେ ଆନ୍ଦୋଳନ ସ୍ଥଳରେ ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜିବ କୁମାର ବେହେରା, ଆନନ୍ଦପୁର ବିକାଶ ପରିଷଦ ମୁଖ୍ୟ ସୁରେଶ କୁମାର ସାହୁ, ପିପିଳିଆ ସରପଞ୍ଚ ଉପେନ୍ଦ୍ରନାଥ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମହାନ୍ତ, ସମିତିସଭ୍ୟ ଦ୍ୱାରିକାନାଥ ନାଏକ ଓ ସୂର୍ଯ୍ୟମଣୀ ନାଏକ, ସରପଞ୍ଚ ନନ୍ଦକିଶୋର ନାଏକ, ଶ୍ରମିକନେତା ଅରୁଣ କୁମାର ଦାସ, ଢେ଼ଙ୍କିକୋଟ ଆଞ୍ଚଳିକ ବିକାଶ ମଞ୍ଚର ରୁଦ୍ରନାରାୟଣସିଂହ, ହରିଚନ୍ଦନପୁର ବିକାଶ ପରିଷଦର ମୁଖ୍ୟ ଅଭୟ ରଥ, ଘଟଗାଁ ବିକାଶ ପରିଷଦ ମୁଖ୍ୟ ନୀଳମଣି ବେହେରା ପ୍ରମୁଖ ବହୁ ଛାମୁଆ ସମର୍ଥକଙ୍କୁ ଦେଖିବାକୁ ମିଳିଛି । ଘଟଗାଁ ଏସ୍ ଡି ପି ଓ ସିଲଭେରିୟସ୍ ଟପ୍ପୋଙ୍କ ସହ ଘଟଗାଁ ଥାନାଧିକାରୀ ଶତୀଶ ଚନ୍ଦ୍ର ନାଏକ, ପାଟଣା ଥାନାଧିକାରିଣୀ ପ୍ରମୋଦିନୀ ସାହୁ, ହରିଚନ୍ଦନପୁର ଥାନାଧିକାରିଣୀ ଗୁରୁବାରୀ ହେମ୍ବ୍ରମଙ୍କ ନେତୃତ୍ୱରେ ପୋଲିସ ସୁରକ୍ଷାବଳ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *