ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ଖଇରା /ବାଲେଶ୍ୱର ୧୩/୧(ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ବଗେଇପୁର ଅଂଚଳରେ ଏକ ଅସଦାଚରଣ ଘଟଣା ଘଟିଯାଇଛି। ଏହି ଗ୍ରାମର ଜନୈକ ନାବାଳିକା କାଠ ସଂଗ୍ରହ ନିମନ୍ତେ ପାଖ ଜଙ୍ଗଲକୁ ଯାଇଥିଲେ। ତାଙ୍କ ସହିତ ମଧ୍ୟ ସେହି ଗ୍ରାମର କିଛି ବ୍ୟକ୍ତି ଯାଇଥିଲେ। ମହିଳାଙ୍କର ସରଳତାର ସୁଯୋଗନେଇ ସେହି ଗ୍ରାମର ଜଗା ଜେନା ଏକ ଖୋଲା ଜାଗାକୁ ଟେକି ନେଇ ଜନୈକା ଯୁବତୀଙ୍କ ପ୍ରତି ଅସଦଚାରଣ କରିଥିଲା। ଝିଅ ଠାରୁ ସମସ୍ତ ବିଷୟ ଶୁଣି ଜନୈକା ନାବାଳିକାର ମାଆ ଖଇରା ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗପାଇ ପୋଲିସ ଏକ କେଶ ରୁଜୁ କରି ଜଗା ଜେନାକୁ କୋର୍ଟ ଚାଲାଣ କରିଥିବା ବେଳେ ଜନୈକା ନାଁ ବାଳିକାକୁ ଡାକ୍ତରୀ ପରୀକ୍ଷା ପାଇଁ ବାଲେଶ୍ୱରକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *