ଜିଲ୍ଲା ପରିକ୍ରମା

ଅଷ୍ଟମ ବାର୍ଷିକ କୁମାର କବି ଅରକ୍ଷିତ ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ

ପୁରୀ ୨୫.୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -କୁମାର କବି ଅରକ୍ଷିତ ପ୍ରଧାନଙ୍କ ଅଷ୍ଟମ ବାର୍ଷିକ ରାଜ୍ୟସ୍ତରିୟ ଶ୍ରଦ୍ଧାଞଳୀ ସମାରୋହ ଆଜି ସଂସସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହକୁ ପଦ୍ମ ବିଭୁଷଣରଘୁନାଥ ମହାପାତ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ।ଏହି ସମାରୋହରେ ବିଶିଷ୍ଟ ଔପନାସିକ ବିଭୂତି ପଟ୍ଟନାୟକ, ବିଶିଷ୍ଠ କଣ୍ଠ ଶିଳ୍ପ ପ୍ରଣବ କିଶୋର ପଟ୍ଟନାୟକ, ସାହିତ୍ୟିକା ପ୍ରଫେସର ସୁହାସୀନି ମହାପାତ୍ର ରାଜ୍ୟ ଶୀଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ସଂନ୍ଧ୍ୟାବତୀ ପ୍ରଧାନ ରାଜ୍ୟ ଫିଲ୍ମୀ ସେନ୍ସର ବୋଠ୍ ର ମୁଖ୍ୟ ଗୋପାଳ କୃଷ୍ଣ ମହାପାତ୍ର ଓ ଚାରଣ ରାମଦାସ ଅତିଥିଭାବେ ଯୋଗଦେଇ କୁମାର କବି ଅରକ୍ଷୀତ ପ୍ରଧାନଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ। ରୂପ ମନ୍ଦିର ଚିଲିକା କାବ୍ୟ ତାଙ୍କର ପ୍ରଥମ ପୂର୍ତ୍ତି ଯାହା ତାଙ୍କୁ ଏ ଉତ୍କଳରେ ପରିଚୟ ଦେଇଥିଲା ତାଙ୍କର ଜୀବନୀ ଓ ବୃତି ସମ୍ପର୍କରେ ସମୀକ୍ଷାତ୍ମକ କୁମାର କବି ଗ୍ରନ୍ଥାବଳୀ ପ୍ରକାଶ ହେବା ଆବଶ୍ୟକ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କୁ କୁମାର କବି ସମ୍ମାନ, ପ୍ରଣବ ପଟ୍ଟନାୟକଙ୍କୁ ଉତ୍କଳ ସଂଙ୍ଗୀତ ରତ୍ନ ସୂର୍ଯ୍ୟନାରାୟଣ ରଥ ଶର୍ମାଙ୍କୁ ବାଗ୍ମୀ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଡ଼ଃ ସୁହାସୀନି ମହାପାତ୍ର, ସଂନ୍ଧ୍ୟାରାଣୀ ପ୍ରଧାନ, ଗୋପାଳ କୃଷ୍ଣ ମହାପାତ୍ର ପ୍ରମୁଖଙ୍କୁ କୁମାର କବି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। କୃଷକ ବିଦ୍ୟାପୀଠକୁ ପରିବେଶ ସାଥି ସମ୍ମାନ, କେନ୍ଦୁଝରର ସଦ୍ଭାବନା ଅନୁଷ୍ଠାନର ମୁଖ୍ୟ ଚଣ୍ଡି ପ୍ରସାଦ ପଟ୍ଟନାୟକଙ୍କୁ ଉତ୍କଳ ସେବାନିଧି ଓ କବି ମଧୁସୂଦନ ଦାସଙ୍କୁ ଉତ୍କଳ କବି ରତ୍ନ ସମ୍ମାନ କରାଯାଇଥିଲା। ସାମ୍ବାଦିକ ବିଜୟ ପଟ୍ଟନାୟକ, ବିଶ୍ୱଜିତ୍ ମିଶ୍ର, ଓ ପ୍ରଦିପ ମହାନ୍ତିଙ୍କୁ ସାମ୍ବାଦିକ ବନ୍ଧୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବାନାମ୍ଭର ବାରିକିଙ୍କୁ ଶିକ୍ଷା ସୌରଭ, ସଚ୍ଚିକାନ୍ତ ଓ ଅଜୟଙ୍କୁ ଅଭିନୟ ରତ୍ନ, ଶ୍ୟାମ ପ୍ରକାଶ ସେନାପତି ବିପିନି ଦଳାଇଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ବସନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ଓ ସଂମ୍ପାଦକ ଦିଗମ୍ଭର ବେହେରା ସ୍ୱାଗତ ଭାଷଣ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top