ଅଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ୍ :ଆସନସୋଲ ଇଷ୍ଟର୍ଣ୍ଣ ରେଲେଓକୁ୍ୱ ହରାଇ ଖୋର୍ଦା ଇଷ୍ଟକୋଷ୍ଟ ରେଲୱେ ଫାଇନାଲରେ

ଯାଜପୁର-୧୩/୧୧(ଓଡିଆ ପୁଅ/ଏ.ରାଉତ)ଧର୍ମଶାଳା ମହୋସôବ ପଡିଆରେ ଅନୁଷ୍ଠିତ ହେଉଥିବା ୮ମ ବାର୍ଷିକୀ ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୋମବାର ୨ୟ ସେମି ଫାଇନାଲ୍ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱ ଆସାନସୋଲର ଇଷ୍ଟର୍ଣ୍ଣ ରେଲୱକୁ ୭ରନ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି । ଆଜି ପ୍ରଥମେ ଟସ୍ ହାରିି ଇଷ୍ଟକୋଷ୍ଟ ରେଲୱେ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଦାରିତ ୩୦ ଓଭରରୁ ୨୯ ଓଭର ଖେଳି ସମୁଦାୟ ୨୪୭ ରନ ରେ ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ସମୀର୍ ମହାନ୍ତି ୪୭ ଟି ବଲରେ ୮୫ ଓ ପ୍ରୟାସ ସିଂ ଠାକୁର ୨୪ ଟି ବଲରେ ୪୫ ରନ କରିଥିଲେ । ଆସାନସୋଲ ପକ୍ଷରୁ ତନ୍ମୟ ପରମାଣିକ୍ ୩୬ ରନଦେଇ ୩ଟି ଓ ଭୁପିନ୍ଦର ସିଂ ୬୪ ରନଦେଇ ୩ଟି ଉଇକେଟ ହାସଲ କରିଥିଲେ । ଏହାର ଜବାବରେ ଆସାନସୋଲ ଦଳ ୩୦ ଓଭର ଖେଳି ୯ ଉଇକେଟ ହରାଇ ସମୁଦାୟ ୨୪୦ ରନ୍ କରି ପରାଜିତ ହୋଇଥିଲେ । ଦଳପକ୍ଷରୁ ଅନୁପ ସମାଦାର୍ ୫୮ଟି ବଲରେ ୯୧ ଓ ଅମିତ ସିଂ ୨୨ଟି ବଲରେ ୩୩ ରନ କରିଥିଲେ । ବିଜୟୀ ଦଳ ପକ୍ଷରୁ ପ୍ରଶାନ୍ତ ସାହୁ, ଅଙ୍କିତ ଯାଦବ ଓ ତରୁଣ ଶର୍ମା ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ବିଜୟୀ ଦଳର ସମୀର ମହାନ୍ତିଙ୍କ ଚିତାକର୍ଶକ ଖେଳ ପାଇଁ ଧର୍ମଶାଳା ବ୍ଳକର ମଣ୍ଡଳ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ମ୍ୟାନଅଫଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ । ଆଜିର ଖେଳକୁ ରମେଶ ମହାରଣା ଓ ଦେବରାଜ ମିଶ୍ର ପରିଚାଳନା କରିଥିବା ବେଳେ ଶୁଭ୍ରଜିତ୍ ଦାସ ଓ ଚିତ୍ତରଞ୍ଜନ ମହାନ୍ତି ସ୍କୋରରେ ସହାୟତା କରିଥିଲେ । ଏହି ଖେଳକୁ ବୁବୁ ସିହ୍ନା , ଅବିନାଶ ସାମଲ ଓ ଜ୍ଞାନ ରଞ୍ଜନ ଘଡେଇ ଧାରା ବିବରଣୀ ପ୍ରଦାନ କରିଥିଲେ । ଆସନ୍ତାକାଲି ଏହି ଅନୁଷ୍ଠାନ ପକ୍ଷରୁ ଏକ ମହିଳା ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଯାଜପୁର ଏକାଦଶ ସହିତ କଟକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ । ବିଜୟୀ ଦଳ ଆସନ୍ତା ୧୫ ତାରିଖ ବୁଧବାର ଦିନ ଫାଇନାଲ ଖେଳରେ କଟକର ରାଇଜିଙ୍ଗ୍ ଷ୍ଟୁଡେଣ୍ଟକୁ ଭେଟିବ ବୋଲିି ଟ୍ରଷ୍ଟର ଉପାଧ୍ୟକ୍ଷ ହିମାଂଶୁ ଶେଖର ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *